Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସପ୍ତମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର, ତାରାକିଶୋର ଓ ରେଣୁ ଦେବୀ ହେଲେ ଉପ ମୁଖ୍ୟମନ୍ତ୍ରୀ

16/11/2020 at 4:45 PM

ପାଟନା ୧୬।୧୧:  ବିହାରରେ ଆଜିଠୁ ଆରମ୍ଭ ହେଲା ଏନଡିଏ ରାଜ। ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର। ନୀତିଶ କୁମାରଙ୍କୁ ରାଜ୍ୟପାଳ ଫଗୁ ଚୌହାନ ରାଜଭବନରେ ଆୟୋଜିତ ସ୍ଵତନ୍ତ୍ର ଶପଥ ସମାରୋହରେ ପଦ ଓ ଗୋପନୀୟତାର ସପଥ ପାଠ କରାଇଛନ୍ତି। ଏଥିସହ ନୀତିଶ ରାଜ୍ୟର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଲଗାତାର ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ନୀତିଶ।

ରାଜଭବନରେ ଆୟୋଜିତ ଶପଥ ସମାରୋହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଅଛନ୍ତି। ପୂର୍ବ ନିର୍ଦ୍ଧାରିତ ୪ଟା ୩୦ରେ ଶପଥ ସମାରୋହ ଆୟୋଜନ ହୋଇଛି। ନୀତିଶ କୁମାରଙ୍କ ସହ ୧୪ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ରାଜ୍ୟପାଳ ଫଗୁ ଚୌହ୍ଵାନ ତାରାକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ପାଠ କରାଇଛନ୍ତି। ବିଜେପିର ନେତା ତାରାକିଶୋର ପ୍ରସାଦ କଟିହାରରୁ  ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ରେଣୁ ଦେବୀ ବେତିଆ  ବିଧାନସଭାରୁ ଜିତିଛନ୍ତି। ଶପଥ ସମାରୋହକୁ ଆରଜେଡି ଓ କଂଗ୍ରେସ ବହିଷ୍କାର କରିଛନ୍ତି।

ଏହା ବ୍ୟତୀତ ଜେଡିୟୁର କାର୍ଯ୍ୟକାରୀ ସଭାପତି  ଅଶୋକ ଚୌଧୁରୀ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ବିଜେନ୍ଦ୍ର ଯାଦବ , ମେଓ୍ଵାଲାଲ ଚୌଧୁରୀ,  ବିଜୟ କୁମାର ଚୌଧୁରୀ, ଅଶୋକ ଚୌଧୁରୀ ଓ ପ୍ରଥମ  ଥର   ବିଧାୟକ ହୋଇଥିବା ଶୀଲା କୁମାରୀ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି।  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀଙ୍କ ପୁଅ ସନ୍ତୋଷ ସୁମନଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସାମିଲ କରାଯାଇଛି। ସେ ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଛନ୍ତି। ଏହା  ବ୍ୟତୀତ ଭିଆଇପି ପାର୍ଟିର ମୁକେଶ ସାହାନୀ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ସେ ବିଜେପି କୋଟାରୁ ମନ୍ତ୍ରୀ ହୋଇଛନ୍ତି।

ବିଜେପି ପାଖରେ ସର୍ବାଧିକ ୭୪ ବିଧାୟକ ଥିବା ବେଳେ ଜେଡିୟୁର ବିଧାୟକ ସଂଖ୍ୟା ହେଉଛି ୪୩। ସହଯୋଗୀ ଦଳ ହମ୍ ଏବଂ ଭିଆଇପି ନିକଟରେ ୪ଟି ଲେଖାଏଁ ଆସନ ରହିଛି। ତେଣୁ ମନ୍ତ୍ରୀମଣ୍ଡଳର ରୂପରେଖ କ’ଣ ହେବ, ବିଜେପିରୁ କିଏ ହେବ ଉପମୁଖ୍ୟମନ୍ତ୍ରୀ ତାଖୁ ନେଇ ଲାଗି ରହିଛି ସସପେନ୍ସ ।

ଉଲ୍ଲେଖନୀୟ ନିକଟରେ ସଂପନ୍ନ ବିହାର ବିଧାନସଭ ନିର୍ବାଚନରେ ରୋମାଞ୍ଚକର ମୁକାବିଲାରେ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷେ ବିରୋଧୀ ମହାମେଣ୍ଟକୁ ୧୧୦ ଆସନ ମିଳିଛି। ଏନଡିଏରେ ବିଜେପିକୁ ୭୪ ଆସନ, ଜେଡିୟୁକୁ ୪୩, ହମ ଏବଂ ଭିଆଇପିଙ୍କୁ ଚାରୋଟି ଲେଖାଏଁ ଆସନ ମିଳିଛି। ୨୦୧୫ ନିର୍ବାଚନରେ ଜେଡିୟୁକୁ ୭୧ଟି ଆସନ ମିଳିଥିଲା।

   Related Posts