ନବୀନଙ୍କୁ ସମର୍ଥନ ମାଗିଲେ ନୀତିଶ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡ଼ିର ଭୋଟ୍‌ ଲାଗି ଅନୁରୋଧ

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦।୦୯: ଜନତା ଦଳ (ୟୁନାଇଟେଡ୍‌) ବା ଜେଡିୟୁର ବରିଷ୍ଠ ନେତା ହରିବଂଶ ନାରାୟଣ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ବୁଧବାର ଦିନ ହରିବଂଶ ନାରାୟଣ ସିଂହ ଉପାଧ୍ୟକ୍ଷ  ପଦ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟସଭାର ଉପାଧ୍ୟକ୍ଷ ପଦ ନେଇ ଏବେ ରାଜନୀତି ସରଗମର ରହିଛି । ଯାହାକୁ ଦୃଷ୍ଟିରେ ରଖି ଦଳର ସମସ୍ତ ସଦସ୍ୟଙ୍କୁ ୧୪ ସେପ୍ଟେମ୍ବର ଦିନ ସଂସଦରେ ଉପସ୍ଥିତ ରହିବାକୁ ଓ୍ୱିପ୍‌ ଜାରି କରିଛି ବିଜେପି ।

ତେବେ ଆଗକୁ ହେବାକୁ ଥିବା ରାଜ୍ୟସଭାର ଉପାଧ୍ୟକ୍ଷ ପଦର ନିର୍ବାଚନ ପାଇଁ ବିଜେଡି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଉଭୟ ପାର୍ଟିର ସୁପ୍ରିମୋଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ନେଇ କଥାବାର୍ତ୍ତା ହୋଇଛି । ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର । ବିଜେଡି ଦଳ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ହରିବଂଶଙ୍କୁ ସମର୍ଥନ ନେଇ କୌଣସି ଘୋଷଣା କରାଯାଇନାହିଁ । ସେହିପରି ଗତ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଥିଲା ବିଜେଡି ।

{"id":327547,"sizeSlug":"large"}

ତେବେ କୋଭିଡ଼ କଟକଣା ମଧ୍ୟରେ ସେପ୍ବେମ୍ବର ୧୪ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ରାଜ୍ୟସଭାର ଉପ-ସଭାପତି ପଦ ପାଇଁ ନିର୍ବାଚନ ହୋଇପାରେ । ନାମାଙ୍କନ ପ୍ରକ୍ରିୟା ୭ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ । ହରିବଂଶ ନାରାୟଣ ପୂର୍ବରୁ ମଧ୍ୟ ଉପ-ସଭାପତି ରହିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.