Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଶେଷ ଅସ୍ତ୍ର ଛାଡିଲେ କି ନୀତିଶ ? ନିର୍ବାଚନୀ ସଭାରେ କହିଲେ-ଏହା ମୋର ଶେଷ ନିର୍ବାଚନ, ଏନଡିଏ ନେତାଙ୍କ ରାଜନୀତିରୁ ସନ୍ନ୍ୟାସ ଘୋଷଣା ବିରୋଧୀଙ୍କୁ ମାତ୍ ଦେବ ନା ଖୋରାକ ଦେବ ?

5/11/2020 at 4:53 PM

ପାଟନା, ୦୫୧୧:     ବିହାରର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି । ଏହାସହ ନିଜ ସପକ୍ଷରେ ପ୍ରଚାର ମଧ୍ୟ କରୁଛନ୍ତି । ଏହାମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଧମଦାହା ରାଲିରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି ।

୨୦୨୦ ନିର୍ବାଚନ ହେଉଛି ତାଙ୍କ ପାଇଁ ଶେଷ ନିର୍ବାଚନ ବୋଲି ନୀତିଶ ରାଲିରେ କହିଛନ୍ତି । ସେ କହିଛନ୍ତି ଯେ, ଏହା ପ୍ରଚାରର ଶେଷ ଦିନ ଓ ତାଙ୍କର ଶେଷ ନିର୍ବାଚନ । ଅନ୍ତ ସବୁଠି ଭଲ ହେବା ଉଚିତ । ଲୋକମାନେ ବିଚାର କରିବେ କାହାକୁ ଭୋଟ୍ ଦେଲେ ଠିକ୍ ହେବ ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ବିହାରରେ ଦ୍ଵିତୀୟ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରିଥିଲା। ଛୋଟ ମୋଟ ହିଂସାକୁ ଛାଡିଦେଲେ ବିହାରରେ ମତଦାନ ସୁରୁଖୁରୁରେ ସରିଥିଲା । ପ୍ରଥମ ପରି ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ୫୪.୧୫ ପ୍ରତିଶତ ରହିଥିଲା। ୧୭ ଜିଲ୍ଲାରେ ୯୪ ଆସନ ପାଇଁ ହୋଇଥିବା ମତଦାନ ପରେ ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସାମିଲ ହୋଇ ଯାଇଛି। ୨ କୋଟି ୮୬ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ବିହାରରେ ବିଭିନ୍ନ ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା । ବିହାରରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୭ ଜିଲ୍ଲାର ୯୪ ଆସନ ପାଇଁ ମତଦାନ ସରିଯାଇଛି । ୧ ହଜାର ୪୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨ କୋଟି ୮୬ ଲକ୍ଷ ଭୋଟର । ଏମାନଙ୍କ ମଧ୍ୟରେ ଅଛନ୍ତି ୧୪୬ ଜଣ ମହିଳା ପ୍ରାର୍ଥୀ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟାନା ସ୍ଥିତ ଦୀଘାର ଏକ ସରକାରୀ ସ୍କୁଲରେ ଭୋଟ ଦେଇଥିଲେ । ସେହିପରି ଆରଜେଡି ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ମତଦାନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ପାଟନାର ସେଣ୍ଟ ଜୋସେଫ ହାଇସ୍କୁଲରେ ଭୋଟ୍ ଦେଇଥିଲେ । ସେହିପରି ଏଲଜେପି ମୁଖ୍ୟ ଚିରାଗ ପାଶୱାନ ଲାଇନରେ ଠିଆ ହୋଇ ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା 

   Related Posts