Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆହ୍ୱାନ, କିଛି ସମୟ ଲାଗି ଟାଳି ଦିଅ ବିବାହ, ବ୍ରତ ଓ ଉତ୍ସବ

5/05/2021 at 3:40 PM

ପାଟନା ୫।୫: କରୋନା ଦ୍ୱିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିପକାଇଛି। ଏଥିରେ ପୂର୍ବ ଭାରତୀୟ ରାଜ୍ୟ ବିହାର ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ପରିସ୍ଥିତିର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟରେ କଡ଼କଡ଼ି ଲକଡାଉନ ମଧ୍ୟ ଜାରି କରିଛନ୍ତି। ହେଲେ ସଂକ୍ରମଣ ଥମିବାର ନାଁ  ନେଉନି। ଏଣୁ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ବିବାହ,ଉପନୟନ ଭଳି ପାରିବାରିକ ଉତ୍ସବକୁ କିଛି ସମୟ ଲାଗି ଟାଳି ଦେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ବିହାରରେ ମେ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନଜାରି ହୋଇଛି। ଏଥିଲାଗି ଯେଉଁ ମାର୍ଗଦର୍ଶନ ନିର୍ଦ୍ଦେଶିତ ହୋଇଛି ସେଥିରେ ବିବାହ, ବ୍ରତ ଓ ଅନ୍ୟ ସାମାଜିକ ଉତ୍ସବ ଉପରେ ରୋକ ଜାରି ହୋଇନି। ତେବେ  କଟକଣାରେ ଏପରି କାର୍ଯ୍ୟକ୍ରମ ଲାଗି ସର୍ବାଧିକ ୫୦ ଜଣରୁ ଅଧିକ ଲୋକଙ୍କୁ ସାମିଲ ନ କରିବା ଲାଗି କୁହାଯାଇଥିଲେ ହେଁ ଲୋକେ ମାନୁ ନାହାନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ଏପରି ପାରିବାରିକ କାର୍ଯ୍ୟକ୍ରମକୁ ବର୍ତ୍ତମାନ ପରିସ୍ଥିତିରେ କିଛି ସମୟ ଲାଗି ଟାଳିଦେବାକୁ ନିବେଦନ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ଲକଡାଉନ  ସମ୍ପର୍କରେ ମଧ୍ୟ ତାଙ୍କ ଟ୍ୱିଟ୍‌ରେ ଉଲ୍ଲଖ କରିଛନ୍ତି। ସରକାର ଲକଡାଉନ ଚାହୁଁ ନଥିଲେ, ହେଲେ ଏଥିଲାଗି ଜନତାଙ୍କ ଠାରୁ ଯେଉଁପରି ସହଯୋଗ ଆଶା କରାଯାଉଥିଲା ଲୋକେ ସେପରି ସହଯୋଗ କଲେନି। ଏଣୁ ସଂକ୍ଷିପ୍ତ ଲକଡାଉନ କରିବାକୁ ପଡିଲା। ଏହା ସାର୍ବଜନିକ ସ୍ୱାସ୍ଥ୍ୟଗତ କାରଣରୁ ଜାରି ହୋଇଛି ଓ ଜନତା ସହଯୋଗ କରିବେ ବୋଲି ନୀତିଶ ଆଶାବ୍ୟକ୍ତ କରିଛନ୍ତି।    

   Related Posts