ନୀତିଶ କୁମାରଙ୍କ ବଡ ନିଷ୍ପତ୍ତି, ଏବେ ୧ ଟଙ୍କାରେ ଜମି ରେଜିଷ୍ଟ୍ରି କରିପାରିବେ ଆର୍ଥିକ ଅନଗ୍ରସର ବର୍ଗ

Published By : Prameya-News7 Bureau | July 31, 2019 IST

ଆର୍ଥିକ ଦୁର୍ବଳ ବର୍ଗର ଭୂମିହୀନ ଓ ଗୃହୀନ ଜମି କିଣିବାକୁ ଚାହୁଁଥିଲେ ବିହାରରେ ନୀତିଶ କୁମାର ସରକାର ବଡ ରିହାତି ଘୋଷଣା କରିଛନ୍ତି। ସରକାରୀ ସହାୟତାରେ ଏଭଳି ବର୍ଗର ଲୋକଙ୍କ ଜମି କ୍ରୟ ନିମନ୍ତେ ପଞ୍ଜିକରଣ ବାବଦ ଦେୟ ସରକାର ଛାଡ କରିଛନ୍ତି। ମାତ୍ର ୧ଶହ ଟଙ୍କା ଦେଇ ଆର୍ଥିକ ଦୁର୍ବଳ ବର୍ଗର ଲୋକେ ସେମାନଙ୍କ ଜମି ପଞ୍ଜିକରଣ କରିପାରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। 

{"id":139472}

ବିହାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଭୂମିହୀନଙ୍କ ଘର ସ୍ୱପ୍ନ ସାକାର କରିବା ଲାଗି ପ୍ରସ୍ତୁତ ସୂଚୀରେ ଯେଉଁମାନଙ୍କ ନାମ ପ୍ରତୀକ୍ଷାରେ ରହିଛି ରାଜ୍ୟ ସରକାର ସେମାନଙ୍କୁ ଜମି କ୍ରୟ କରିବା ଲାଗି ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। ହିତାଧିକାରୀ ନିଜ ଘର ନିମନ୍ତେ ଜମି ଚୟନ କରି କ୍ରୟ କରିବାକୁ ପଞ୍ଜିକରଣ ବାବଦେ ଅଧିକ ବ୍ୟୟରେ ପଡୁଥିଲେ। ତେବେ ଏଭଳି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ପ୍ରଧାନମନ୍ତ୍ରୀ ଆବସ ଯୋଜନା ନିମନ୍ତେ ଜମି କ୍ରୟ ବାବଦ ପଞ୍ଜିକରଣ ଶୁଳ୍କ ଛାଡ କରିଛନ୍ତି। ସେମାନେ ମାତ୍ର ୧ଶହ ଟଙ୍କା ଦେଇ ଏବେ ନିଜ ନାମରେ ଜମି ପଞ୍ଜିକରଣ କରିପାରିବେ। 

{"id":139473}

ସରକାରଙ୍କ ଘୋଷଣା ପରେ ଏବେ ପ୍ରତ୍ୟେକ ହିତାଧିକାରୀ ନିବନ୍ଧନ ଶୁଳ୍କ ଆକାରରେ ୫୦ ଟଙ୍କା ଓ ଷ୍ଟାମ୍ପ ଡ୍ୟୁଟି ଆକରରେ ୫୦ ଟଙ୍କା ଦେୟ ପୈଠ କରି ନିଜ ନାମରେ ଜମି ରେଜିଷ୍ଟ୍ରେସନ କରାଇ ପାରିବେ। ବାସ ସ୍ଥଳ କ୍ରୟ ସହାୟତା ଯୋଜନା ମାଧ୍ୟମରେ ସରକାର ଏହି ସହାୟତା ପ୍ରଦାନ କରୁଥିବା ବେଳେ ଏହି ଲାଭ ନିମନ୍ତେ ୧୮ ହଜାର ୫୦୪ଟି ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏହା ଯୋଗୁ ଚଳିତ ବର୍ଷ ରାଜ୍ୟର ୧୦ ହଜାର ୫୨ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପଇସା ଜଲ୍ଦି ମିଳିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.