Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ଇନିଂସରେ ସାମିଲ ହେବନି ଜେଡିୟୁ, ଘୋଷଣାକଲେ ନୀତିଶ

30/05/2019 at 7:02 PM

ପାଟନା ୩୦।୫:  ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି ନରେନ୍ଦ୍ର ମୋଦି। ଏହି ଅବସରରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନ ଏବେ ଉତ୍ସବମୁଖର ହୋଇଉଠିଥିବା ବେଳେ ବିହାରରେ ଏନଡିଏର ପ୍ରମୁଖ ତଥା ପୁରୁଣା  ସହଯୋଗୀ ଜେଡିୟୁ ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି ।ଏହି ଘୋଷଣା କରିଛନ୍ତି ଜେଡିୟୁ ଜାତୀୟ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

ନୀତିଶ କହିଛନ୍ତି ଯେ ସହଯୋଗୀ ଦଳ ଭାବେ ଜେଡିୟୁକୁ ବିଜେପି ଯେଉଁ ଅଫର ଦେଇଥିଲା ତାହା ପ୍ରଥମରୁ ଦଳକୁ ମଞ୍ଜୁର ନଥିଲା।  ତେବେ ଏନଡିଏ ଓ ବିଜେପି ସହ ଜେଡିୟୁ ପ୍ରଥମରୁ ଦୃଢତାର ସହ ଥିଲା ଓ ଏବେ ବି ରହିଛି । ହେଲେ ନୂଆ ମନ୍ତ୍ରୀମଣ୍ଡଳରେ ତାଙ୍କ ଦଳ ସାମିଲ ହେବ ନାହିଁ ବୋଲି  ନୀତିଶ ଘୋଷଣା କରିଛନ୍ତି । ବିଜେପି ତାଙ୍କ ଦଳକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ସାଙ୍କେତିକ ସୂଚନା ଦେଇଥିଲା  ଏନେଇ ଦଳରେ ଆଲୋଚନା ମଧ୍ୟ ହୋଇଥିଲା  । ହେଲେ ନୂଆ ସରକାରରେ ତାଙ୍କ ଦଳ ସାମିଲ ହୋଇନାହିଁ ବୋଲି କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଜେଡିୟୁକୁ ବାଞ୍ଛିତ ଆସନ ମିଳିନଥିବାରୁ ଦଳ ନାରାଜ ଥିଲା। ଏହା ଛଡା ଜେଡିୟୁ ରାଜ୍ୟସଭା ସାଂସଦ ଆର.ସି.ପି.ସିଂହଙ୍କ ନାମ ମୋଦିଙ୍କ ନୂଆ କ୍ୟାବିନେଟରେ ନିର୍ଦ୍ଧାରିତ ବୋଲି ଶୁଣାଯାଉଥିଲା। ସେହିପରି ନୀତିଶଙ୍କ ନିକଟତମ ଲଲ୍ଲନ ସିଂହଙ୍କ ନାମ ମଧ୍ୟ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ଚର୍ଚ୍ଚା ହେଉଥିବା ବେଳେ ସେମାନଙ୍କ ନାମ କିନ୍ତୁ ସୂଚୀରେ ନଥିବା ଜଣାପଡିଛି ।

ଏନଡିଏର ଗତ ସରକାରରେ ବିହାରରୁ ୭ ଜଣ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏଥିରେ ବିଜେପିର ରବିଶଙ୍କର ପ୍ରସାଦ, ଗିରିରାଜ ସିଂହ, ଆର.କେ.ସିଂହ, ଅଶ୍ବିନୀ ଚୌବେ, ରାଜୀବ ପ୍ରସାଦ ରୁଢୀ ଓ ରାମକୃପାଲ ସିଂହ ସାମିଲ ଥିବା ବେଳେ ଏଲଜେପିର ରମବିଲାଶ ପାଶ୍ବାନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଥିଲେ। ତେବେ ଏଥର ପାଶ୍ବାନ ମନ୍ତ୍ରୀମଣ୍ଡଳରେ ଥିବା ବେଳେ ଜେଡିୟୁକୁ ଗୁରୁତ୍ବ ଦିଆଯାଇନି।

   Related Posts