Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ନୀତିଶଙ୍କ ଶପଥ ଗ୍ରହଣ ସମାରୋହକୁ ବହିଷ୍କାର କଲା ଆରଜେଡି, ତେଜସ୍ୱୀ ମଧ୍ୟ ଯିବେ ନାହିଁ

16/11/2020 at 3:01 PM

ପାଟନା,୧୬|୧୧:  ସୋମବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ  ନୀତିଶ କୁମାର ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ । କିନ୍ତୁ ରାଷ୍ଟ୍ରୀୟ ଜନତା ଦଳର ଏହି ଶପଥଗ୍ରହଣ ସମାରୋହକୁ ବୟ କଟ୍ କରିବା ନେଇ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ରହିବେ ନାହିଁ ।

ଆରଜେଡି ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ଦଳ ଶପଥ ଗ୍ରହଣ ଉତ୍ସବକୁ ବହିଷ୍କାର କରିବା ନେଇ ଘୋଷଣା କରିଛି । କାରଣ ଏହି ଜନାଦେଶ ଆରଜେଡିର ବିରୋଧରେ ଅଛି । ଜନାଦେଶକୁ ଶାସନାଦେଶରେ ବଦଳାଯାଇଛି । ବିହାରର ବେରୋଜଗାର, କୃଷକ, ଶିକ୍ଷକମାନଙ୍କୁ ପଚରାଯାଉ ଏନଡିଏ ଜିତିବା ପରେ ସେମାନଙ୍କୁ କଣ ଲାଗୁଛି । ଜେଡିୟୁ ଉପରେ ଜନତାଙ୍କ ଆକ୍ରୋଶ ରହିଛି । ଆରଜେଡିର ଜନପ୍ରତିନିଧି ଜନତାଙ୍କ ସହ ରହିଛନ୍ତି ।

ଟ୍ୱିଟରରେ ଆରଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ, ବିହାରରେ ଦୁଇ ଶକ୍ତିହୀନ ସରକାର ଗଠନ କରୁଛନ୍ତି । ଜଣେ ଶକ୍ତିହୀନ, ଦୁର୍ନୀତିଗ୍ରସ୍ତ ଓ ଶିଥିଳ ପ୍ରମାଣିତ ହୋଇଛନ୍ତି । ଆଉ ଗୋଟିଏ ହେଉଛି ଚେହେରା ନଥିବା ଦଳ । କିନ୍ତୁ ବିହାର ତେଜସ୍ୱୀ ଯାଦବଙ୍କୁ ନିଜର ପ୍ରିୟ ନେତା ବିଚାର କରିଛି ।

ସୂଚନାଯୋଗ୍ୟ, ନୀତିଶ କୁମାର ସନ୍ଧ୍ୟା ୪ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ରାଜଭବନରେ ଆୟୋଜିତ ସମାରୋହରେ ନୀତିଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

   Related Posts