Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନୀତିଶଙ୍କୁ କହିଦିଅ ଲାଲୁ ଆସୁଛନ୍ତି : ପ୍ରଚାର ସଭାରେ ତେଜସ୍ୱୀଙ୍କ ବଡ ବୟାନ, ‘୯ରେ ଜେଲରୁ ମୁକୁଳିବେ ଲାଲୁ ଯାଦବ, ତା’ପର ଦିନ ପେଡିପୁଟୁଳି ବାନ୍ଧିବେ ନୀତିଶ କୁମାର’

24/10/2020 at 4:03 PM

ପାଟନା, ୨୪|୧୦ : ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇପଡିଛି । ବୟାନବାଜି ମଧ୍ୟ ଜୋର୍ ଧରିଲାଣି । ବିଭିନ୍ନ ଦଳ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି । କେହି କାହାକୁ ବାଟ ଛାଡିବାକୁ ନାରାଜ । ଏପରି ସ୍ଥିତିରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କୁ କଡା ସମାଲୋଚନା କରିଛନ୍ତି ।

ତେଜସ୍ୱୀ କହିଛନ୍ତି ଯେ, ଆରଜେଡି ସୁପ୍ରିମୋ ତଥା ତାଙ୍କ ପିତା ଲାଲୁ ପ୍ରସାଦ ଯାଦବ ନଭେମ୍ବର ୯ ତାରିଖରେ ଜାମିନ ପାଇ ଜେଲରୁ ମୁକୁଳିବେ । ଏହା ପରଦିନ ଅର୍ଥାତ ୧୦ ତାରିଖରେ ନୀତିଶଙ୍କୁ ବିଦାୟ ବା ଫେୟାରଓ୍ୱେଲ୍ ଦିଆଯିବ । ଏହି ଦିନ ତେଜସ୍ୱୀଙ୍କ ଜନ୍ମଦିନ ମଧ୍ୟ ।

ସେ ଆହୁରି ମଧ୍ୟ ନୀତିଶଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିହାରରେ ନେତୃତ୍ୱାଧିନ ବିଜେଡି-ଜେଡିୟୁ ସରକାର ଦୁର୍ନୀତିରେ ବୁଡି ରହିଛି । ସରକାର ରୋଜଗାର ଯୋଗାଇବାରେ ବିଫଳ ହୋଇଛନ୍ତି । ଏପରିକି ବିହାରବାସୀଙ୍କୁ ନିରାଶ କରିଛନ୍ତି ବୋଲି ତେଜସ୍ୱୀ ଅଭିଯୋଗ କରିଛନ୍ତି । ଏହାସହ ଶିଳ୍ପ ପ୍ରତିଷ୍ଠା ଦିଗରେ ସେ ଗୁରୁତ୍ନ ଦେବା ସହ ସରକାରକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରୀ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଲାଲୁ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚୀ ଜେଲରେ ଅଛନ୍ତି । ନିକଟରେ ସେ ଝାଡଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଜେଲରୁ ମୁକୁଳିପାରି ନଥିଲେ । କାରଣ ତାଙ୍କ ନାମରେ ଆଉ ଏକ ଠକେଇ ଅଭିଯୋଗ ଥିଲା । ଯାହାର ଶୁଣାଣି ବାକି ରହିଛି ।

   Related Posts