Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ବିହାରରେ ନୀତିଶ ସରକାର, ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ !

12/11/2020 at 8:58 AM

ପାଟନା,୧୨|୧୧: ବିହାରରେ ପୁଣିଥରେ ନୀତିଶ କୁମାର ସରକାର ଗଠନ କରିବାକୁ ଯାଉଛନ୍ତି । ବିଧାନସବା ନିର୍ବାଚନରେ ସ୍ପଷ୍ଟ ବହୁମତ ପାଇଛନ୍ତି ନୀତିଶ । ଏବେ ନୀତିଶ ଦୀପାବଳି ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାବେ ଶପଥ ଗ୍ରହଣ କରିବେ । ସୂତ୍ରାନୁସାରେ, ସେ ଆସନ୍ତା ୧୬ ତାରିଖରେ ଶପଥ ଗ୍ରହଣ କରିବେ ।

ନିର୍ବାଚନ ଫଳାଫଳ ଆସିବା ପରେ ଭାରତୀୟ ଜନତା ପାର୍ଟି ଏନଡିଏରେ ବଡ ଭାଇ ଭାବେ ଉଭା ହୋଇଛି । ଏହାମଧ୍ୟରେ କିଛି ବିଜେପି ନେତା ଦାବି କରୁଛନ୍ତି ଯେ, ଦଳର କେହି ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଢିବ ବୋଲି ସ୍ପଷ୍ଟ କରିଥିଲେ ।

ବୁଧବାର ନୀତିଶ ନିର୍ବାଚନ  ଫଳାଫଳକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ଜନତା ହେଉଛନ୍ତି ସର୍ବେସର୍ବା । ଜନତା ଏନଡିଏକୁ ପୂର୍ଣ୍ଣ ବହୁମତ ଦେଇଛନ୍ତି। ଏହାସହ ସେ ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ୧୨୫ଟି ଆସନ ମିଳିଛି । ଏଥିରୁ ୭୪ଟିରେ ବିଜେପି ଜିତିଥିବା ବେଳେ ୪୩ରେ ଜେଡିୟୁ, ୪ରେ ହାମ୍ ଓ ୪ଟି ସିଟ୍ ଭିଆଇପିକୁ ମିଳିଛି । ସେହିପରି ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟ ୧୧୦ ଆସନରେ ଅଟକି ଯାଇଥିଲା ।  

   Related Posts