ନୀତିନ ପଟେଲ ହୋଇପାରନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ, ରେସ୍‌ରେ ଅନେକ ଦାବିଦାର

Published By : Prameya-News7 Bureau | September 12, 2021 IST

ଅହମଦାବାଦ, ୧୨/୦୯ : ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ନେଇ ଆରମ୍ଭ ହୋଇଛି ମାନସମନ୍ଥନ । କିଏ ସମ୍ଭାଳିବ ଚୌକି ତାକୁ ନେଇ ଚାଲିଛି ଅଙ୍କକଷା । ରେସରେ ଅନେକ ଦାବିଦାର ଥାଇ ମଧ୍ୟ ନୀତିନ ପଟେଲଙ୍କ ନାଁ ସର୍ବାଗ୍ରେ ରହିଛି । ପଦ ଲାଗି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ଲାଗି ରହିଛି । ସେହିଭଳି ରାଜ୍ୟ କୃଷିମନ୍ତ୍ରୀ ଆର୍‌.ସି. ଫାଲ୍‌ଡୁ, କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଏବଂ ମନସୁଖ ଲାଲ୍‌ ମାଣ୍ଡବ୍ୟଙ୍କ ନାମ ବି ଚର୍ଚ୍ଚା ହେଉଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ୨୦୧୬ ଅଗଷ୍ଟରେ ଆନନ୍ଦୀବେନ୍‌ ପଟେଲ ଇସ୍ତଫା ଦେବା ପରେ ନୀତିନ ପଟେଲ୍‌ ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏବେ ନୀତିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସୋସିଆଲ ମିଡିଆରେ ଦାବି ହେଉଛି ।

ସେହିପରି ମାଣ୍ଡବ୍ୟ ପ୍ରଭାବଶାଳୀ ପଟିଦାର ସମ୍ପ୍ରଦାୟର ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗଧାଡ଼ିରେ ଥିବା କୁହାଯାଉଛି । ଏହା ବ୍ୟତୀତ ଦାଦ୍ରା ଓ ନଗର ହାଭେଲି ଏବଂ ଡାମନ୍‌ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଥିବା ପ୍ରଫୁଲ୍ଲ ଖୋଡ଼ା ପଟେଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.