କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ ଘୋଷଣା: ରାଜପଥରେ ରହିବନି ଟୋଲ୍ ବୁଥ୍, ଆରମ୍ଭ ହେବ ଜିପିଏସ୍ ବ୍ୟବସ୍ଥା

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮/୧୨ : ସଡକ ଏବଂ ପରିବହନ ଓ MSME ମନ୍ତ୍ରୀ ନୀତିନ ଗଡକରୀ ଟୋଲ୍ ବୁଥ୍‌ଗୁଡିକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଟୋଲ ବୁଥ୍‌ଗୁଡିକରେ GPS ମାଧ୍ୟମରେ କାରବାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ କୌଣସି ହାଇଓ୍ବେରେ ଟୋଲ ବୁଥ୍ ରହିବ ନାହିଁ ବୋଲି ଗଡକରୀ ସୂଚନା ଦେଇଛନ୍ତି ।

ଏହା ସହ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପୁର୍ନରୁଦ୍ଧାର ପାଇଁ ନେସନାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ୍ ଇକୋନୋମିକ୍ ରିବାଇବଲ ଥିମରେ ଗଡକରୀ ନିଜର ମତ ରଖିଛନ୍ତି । ଏହି ଆଲୋଚନା ବେଳେ ନୀତିନ ଗଡକରୀ ଲହି ସୂଚନା ଦେଇଛନ୍ତି ଯେ, ଟୋଲ ଫି ସିଧାସଳଖ ବ୍ୟାଙ୍କ୍ ଖାତାରୁ କାଟିବା ପାଇଁ ଯୋଜନା କରାଯାଉଛି । ଲହା ପରେ ସରକାର ପୁରୁଣା ଗାଡିଗୁଡିକ ପାଇଁ GPS ଲଗାଇବାକୁ ଯୋଜନା ଆଣିବେ ।

ଗଡକରୀ କହିଛନ୍ତି ମାର୍ଚ୍ଚ ୨୦୨୧ ସୁଦ୍ଧା ଟୋଲ ଫି କଲେକସନ୍ ୩୪ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ GPS ଟେକନିକ୍ ଆରମ୍ଭ ହେଲେ ଟୋଲ ଫି କଲେକସନ୍ ଆସନ୍ତା ୫ ବର୍ଷ ମଧ୍ୟରେ ୧ ଲକ୍ଷ ୩୪ ହଜାର କୋଟି ଯଙ୍କା ହୋଇଯିବ ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.