ନୀତିନ ଗଡକରୀ କହିଲେ- ସରକାରଙ୍କ ପାଖରେ ବହୁତ ଇଗୋ, ସେମାନେ ଭାବୁଛନ୍ତି…

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦: କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ନିଜ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଗଡକରୀ। ସେ କହିଛନ୍ତି, ସରକାରଙ୍କ ପାଖରେ ଅଧିକ ଇଗୋ (ଅହଂକାର) ରହିଛି। ସେମାନଙ୍କୁ ଲାଗୁଛି ତାଙ୍କଡ ସବୁ ଜଣା। ତେଣୁ ସେମାନେ କାହା ପାଖରୁ ପରମର୍ଶ ନେବାକୁ ଉଚିତ ମନେ କରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏନେଇ ନିଜର ପରାମର୍ଶ ଆପ୍‌ ‘କନସଲ୍ଟ’ ଲଞ୍ଚ ଅବସରରେ ଗଡକରୀ କହିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଭଲ ଲୋକଙ୍କୁ ନିନ୍ଦା କରୁଥିବା ଲୋକଙ୍କୁ ସାଥିରେ ରଖିବା ଆବଶ୍ୟକ। ସେହିଭଳି ନିଷ୍ପତ୍ତି ନେବା​‌ରେ ବିଳମ୍ବ ଯୋଗୁଁ ସରକାରୀ ପ୍ରୋଜେକ୍ଟରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି । ନିର୍ଣ୍ଣୟ କଣ କରୁଛନ୍ତି ତାହା ସମସ୍ୟା ନୁହେଁ ବରଂ ନିର୍ଣ୍ଣୟ ନକରିବା ହିଁ ସମସ୍ୟା।

wp:html /wp:html

ଜଏଣ୍ଟ ସେକ୍ରେଟାରିଙ୍କ ଭୁଲ ସେକ୍ରେଟାରି ସମ୍ଭାଳୁଛନ୍ତି ଏବଂ ସେକ୍ରେଟାରିଙ୍କ ଭୁଲକୁ ମନ୍ତ୍ରୀ ସୁଧାରୁଛନ୍ତି । କିନ୍ତୁ ମୋ ପାଖରେ ପାରଦର୍ଶିତା ରହିଛି ଏବଂ ଦାୟିତ୍ବ ସମ୍ଭାଳିବାରେ ବିଶ୍ବାସ କରେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଅନ୍ୟପଟେ ନ୍ୟାସନାଲ୍‌ ହାଇଓ୍ବେ, ଏକ୍ସପ୍ରେସ୍‌-ଓ୍ବେ ଭଳି ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ସମୟରେ ବିରୋଧ ପ୍ରଦର୍ଶନ ହେଉନାହିଁ। ଏନେଇ ନୀତିନ ଗଡ଼କରୀ କହିଛନ୍ତି, ‘ଏବେ ଜମି ଅଧିଗ୍ରହଣ ପାଇଁ ଅଧିକ ଟଙ୍କା ଦିଆଯାଉଛି। ତେଣୁ ଏବେ ଲୋକେ ଆସି ଜମି ନିଅ ବୋଲି କହୁଛନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.