Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ପାରାଦୀପ ବନ୍ଦରରେ ଆଇଓସିଏଲ ତୈଳ ବିଶୋଧାନଗାରର ପଲିପ୍ରପଲିନ୍ କାରଖାନାର ଉଦ୍‌ଘାଟନ ସହ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗଡକରୀ

6/02/2019 at 4:24 PM

ପାରାଦୀପ ୬|୨: ପାରାଦୀପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ । ପାରାଦୀପ ବନ୍ଦର ପାଇଁ ୪୩୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପାରାଦୀପ ବନ୍ଦରରେ ଆଇଓସିଏଲର ତୈଳ ବିଶୋଧାନଗାରରେ ପଲିପ୍ରପଲିନ୍ କାରଖାନାର ଉଦଘାଟନ ଏବଂ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାରାଦୀପ ବିଧାୟକ ଦାମୋଦର ରାଉତ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ଭବିଷ୍ୟତରେ ଦେଶର ନମ୍ବର ଓ୍ବାନ୍‌ ବନ୍ଦର ହେବ ପାରାଦୀପ ବନ୍ଦର ବୋଲି କହିଛନ୍ତି ଗଡକାରୀ । କେବଳ ଏକ ନମ୍ବର ହେବନି ଓଡ଼ିଶା ବିକାଶରେ ଗ୍ରୋଥ ଇଂଜିନ୍‌ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀ । 

ଆଜି ଓଡ଼ିଶା ଗସ୍ତରେ ଆସିଥିବା ଗଡ଼କରି କାମାକ୍ଷାନଗର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ । ଆଗକୁ ଓଡ଼ିଶାରେ ଅଢ଼େଇ ଲକ୍ଷ କୋଟି ନିବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ବନ୍ଦର, ରାଜପଥ ନିର୍ମାଣରେ ଖର୍ଚ୍ଚ କରାଯିବ । ପାରାଦୀପରେ ଛୋଟ ବିମାନ ବନ୍ଦର ନିର୍ମାଣ ପାଇଁ ସ୍ଥିର ହୋଇଥିବା ବେଳେ ସୁପର ସ୍ପେଶାଲିଟି ହସ୍ପିଣାଲ ପାଇଁ ଟେଣ୍ଡର ସରିଥିବା କହିଥିଲେ ।  ଏଥି ସହ ଆସନ୍ତା ବର୍ଷ ପାରାଦୀପ ଏକ ନମ୍ବର ଓ ୧ହଜାର କୋଟି ଲାଭ ହେବା ନିଶ୍ଚିତ ଦମ୍ଭ ଦେଖାଇଥିଲେ ।  ଏବେ ପାରାଦୀପ ୭ହଜାର କୋଟି ଟଙ୍କାର ଲାଭାଂଶରେ ଚାଲିଛି । ଏହାଛଡ଼ା ପାରାଦୀପର ବିକାଶ ହେଲେ ବେକାରୀ ସମସ୍ୟା ଦୂର ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ସେପଟେ କିନ୍ତୁ କେନ୍ଦ୍ରର ବିକାଶ ଗାଥାକୁ ହଜମ କରିପାରିନାହାନ୍ତି ବିରୋଧୀ । କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି ।

   Related Posts