୪୦୦ ବର୍ଷ ପୁରୁଣା ବିଶାଳ ବରଗଛକୁ ବଞ୍ଚାଇବାକୁ ରାଜପଥ ନକ୍ସା ପରିବର୍ତ୍ତନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

Published By : Prameya-News7 Bureau | July 25, 2020 IST

ମୁମ୍ବାଇ ୨୫/୦୭ : ମୁମ୍ବାଇ ମହାରାଷ୍ଟ୍ର ସଙ୍ଗଲି ଜିଲ୍ଲା ଭୋସେ ଗାଁରେ ୪୦୦ ବର୍ଷ ପୁରୁଣା ଏକ ବରଗଛକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଇଛି | ଏହି ଗଛକୁ ବନ୍ଚିଵାକୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ନିର୍ମାଣାଧୀନ ରାଜପଥର ନକ୍ସା ପରିବର୍ତ୍ତନ କରିବାକୁ ପଡିଥିଲା | ନିର୍ମାଣାଧୀନ ରତ୍ନଗିରି-ନାଗପୁର ୧୬୬ ନମ୍ବର ରାଜପଥ ମଝିରେ ଏକ ବହୁ ପୁରୁଣା ଓ ବିଶାଳ ବରଗଛ ରହିଛି | ରାସ୍ତା ନିର୍ମାଣ ପାଇଁ ଏହି ଗଛକୁ କାଟିବାକୁ ଯୋଜନା ହୋଇଥିଲା | କିନ୍ତୁ ଏହି ପୁରୁଣା ବିଶାଳକାୟ ଗଛକୁ କାଟିବାକୁ ପର୍ଯାବରଣ କର୍ମୀ ବିରୋଧ କରିଥିଲେ | 

ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିବା ବିରୋଧ ପ୍ରତିବାଦ ଶୁକ୍ରବାର ଦିନ ମହାରାଷ୍ଟ୍ର ପର୍ଯାବରଣ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ କାର୍ଯ୍ୟାଳୟ ଯାଏଁ ପହଞ୍ଚିଥିଲା | ଏହାପରେ ଆଦିତ୍ୟ ଠାକରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ଗଛକୁ ନ କାଟିବାକୁ କହିଥିଲେ | ଆଦିତ୍ୟ ଠାକରେଙ୍କ ସହିତ କଥାବାର୍ତ୍ତା କରିବ ପରେ ନିତିନ ଗଡ଼କରୀ ଏହି ଗଛକୁ ବଞ୍ଚାଇବାକୁ ରାଜପଥର ନକ୍ସା ପରିବର୍ତ୍ତନ କରି ପ୍ରୋଜେକ୍ଟ ପୁରା କରିବାକୁ ଆଦେଶ ଦେଇଛନ୍ତି |

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ନିଜ ବିଭାଗ ଅଧିକାରୀଙ୍କ ସହିତ ଏହି ମାମଲାରେ କଥାବାର୍ତ୍ତା କରିଛନ୍ତି ଏବଂ ରାଜପଥ ନକ୍ସା ପରିବର୍ତ୍ତନ କରିବାକୁ କହିଛନ୍ତି ଯେପରିକି ୪୦୦ ବର୍ଷ ପୁରୁଣା ବିଶାଳକାୟ ବରଗଛକୁ ରକ୍ଷା କରାଯାଇପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.