ପୁରୁଣା ଗାଡି ଉପରେ ଲାଗିବ ଗ୍ରୀନ ଟ୍ୟାକ୍ସ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଦେଲେ ମଞ୍ଜୁରୀ, ଜାଣନ୍ତୁ କେତେ ଦେବାକୁ ପଡିବ ଟ୍ୟାକ୍ସ

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫।୦୧: କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ୮ ବର୍ଷର ପୁରୁଣା ଗାଡି ଉପରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ମଞ୍ଜୁରୀ ଦେଇଛନ୍ତି। ୮ ବର୍ଷର ପୁରୁଣା ଗାଡି ଉପରେ ଫିଟନେସ୍‌ ସାର୍ଟିଫିକେଟ୍ ନବୀକରଣ ସମୟରେ ଏହି ଟ୍ୟାକ୍ସ ଆଦାୟ କରାଯିବ। ନିୟମକୁ ଲାଗୁ କରିବା ପୂର୍ବରୁ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିକଟକୁ ପଠାଇଛି। ପରିବହନ ମନ୍ତ୍ରଣାଳୟ ସୋମବାର ଏହି ସଂଦର୍ଭରେ ସୂଚନା ଦେଇ କହିଛି ଯେ, ଟ୍ୟାକ୍ସରୁ ମିଳିବାକୁ ଥିବା ରାଜସ୍ଵର ଉପଯୋଗ ପ୍ରଦୂଷଣ ନିୟନ୍ତ୍ରଣରେ କରାଯିବ।

ମନ୍ତ୍ରୀ ସରକାରୀ ବିଭାଗ ଓ ସାର୍ବଜନୀନ କ୍ଷେତ୍ରରେ ମାଲିକାନାରେ ଥିବା ଗାଡିର ପୁନଃନବୀକରଣ ଓ ସ୍କ୍ରାପିଂର ନୀତିକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ନୂତନ ନିୟମ ଅନୁଯାୟୀ, ୨୦୨୨ ଏପ୍ରିଲ ୧ରୁ ଏହି ନିୟମ  ଅଧିସୂଚିତ କରାଯିବ। ମନ୍ତ୍ରଣାଳୟ କହିଛି ଯେ  ବାଣିଜ୍ୟିକ ବାହାନ, ଯାହା ମୋଟ୍ ଗାଡିର ପ୍ରାୟ ୫ ପ୍ରତିଶତ ଅଂଶ ହେବ , ତାହା ପ୍ରଦୂଷଣରେ ପ୍ରାୟ ୬୫ ରୁ ୭୫ ପ୍ରତିଶତ ଯୋଗଦାନ ଦେଉଛନ୍ତି।

୮ ବର୍ଷରୁ ଅଧିକ ପୁରୁଣା  ଗାଡିର ଫିଟନେସ୍‌ ସାର୍ଟିଫିକେଟ୍ ନବୀକରଣ ସମୟରେ ରୋଡ୍ ଟ୍ୟାକ୍ସର ୧୦ ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଗ୍ରୀନ ଟ୍ୟାକ୍ସ ଭାବେ ଆଦାୟ କରାଯାଇପାରେ। ଘରୋଇ ବାହାନ ଉପରେ ୧୫ ବର୍ଷ ପରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ରିନ୍ୟୁ କରିବା ସମୟରେ ଗ୍ରୀନ ଟ୍ୟାକ୍ସ ଲାଗୁ କରାଯିବ। ସାର୍ବଜନୀନ ପରିବହନ ଗାଡି ଯେମିତି ସିଟି ବସ୍ ଉପରେ କମ ଗ୍ରୀନ ଟ୍ୟାକ୍ସ ଲଗାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.