‘ସ୍କାନିଆ’ Scamରେ ପ୍ରତିକ୍ରିୟା ରଖିଲା ନିତିନ ଗଡକରୀଙ୍କ କାର୍ଯ୍ୟାଳୟ, ଜାଣନ୍ତୁ ପୁରା ପ୍ରକରଣ

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ : ସ୍ୱିଡେନ ବାହନ ନିର୍ମାତା ‘ସ୍କାନିଆ’ର ଭାରତ ୟୁନିଟିରେ ହୋଇଥିବା ଭ୍ରଷ୍ଟାଚାର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ଏଥିରେ ସ୍ୱିଡେନର ୩ଟି ପ୍ରମୁଖ ଗଣମାଧ୍ୟଙ୍କ ରିପୋର୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଥିବା ବେଳେ କେନ୍ଦ୍ର ସଡ଼କ ପରିବହନ, ଜାତୀୟ ରାଜମାର୍ଗ ଓ ଏମଏସଏମଇ ମନ୍ତ୍ରାଳୟଙ୍କ ପ୍ରତିକ୍ରିୟା ଦେଶରେ ଏହାକୁ ପ୍ରସଙ୍ଗ କରିଛି।

{"id":421462,"sizeSlug":"large","linkDestination":"none"}

ଭାରତରେ ସ୍କାନିଆ
ଭୋକ୍ସୱାଗନ ଏଜିଜ୍‌ଙ୍କ ଟ୍ରକ୍ ଓ ବସ୍ ନିର୍ମାଣକାରୀ ଶାଖା ଟ୍ରାଟନ-ଏସଇଙ୍କ ସ୍କାନିଆ ୨୦୦୭ରେ ଭାରତରେ କାର୍ଯ୍ୟାରମ୍ଭ କରିଥିଲା। ୨୦୧୧ରେ କମ୍ପାନୀ ଦେଶରେ କାରଖାନା ସ୍ଥାପନା କରିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୨୦୧୮ ବେଳକୁ ଏହା ବନ୍ଦ ହୋଇଯାଇଛି। କମ୍ପାନୀର ଅନ୍ତରୀଣ ଯାଞ୍ଚ କାଳରେ କର୍ମଚାରୀ, ବ୍ୟବସାୟୀକ ଅଂଶୀଦାର ଏପରିକି ଉଚ୍ଚାଧିକାରୀ ଲାଞ୍ଚ ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ଜଣାପଡିବା ପରେ କମ୍ପାନୀ ଏପରି ପଦକ୍ଷେପ ନେଇଛନ୍ତି । 

{"id":421463,"sizeSlug":"large","linkDestination":"none"}

୨୦୧୭ରେ ଜଣାପଡିଥିଲା ଅନିୟମିତତା
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ହେନରିକ୍‌ ହେନରିକସନ୍‌ ଏଥିଯୋଗୁ କମ୍ପାନୀର କିଛି କ୍ଷତି ହୋଇଛି ବୋଲି କହିଛନ୍ତି, ହେଲେ ଆମେ ଆମର ବ୍ୟସାୟୀକ ନୀତି ଆଦର୍ଶରୁ ବାହାରକୁ ଯାଇ କାର୍ଯ୍ୟକରି ନାହୁଁ ବୋଲି କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ କମ୍ପାନୀର ଭାରତ ୟୁନିଟ୍‌ରେ ଗୁରୁତର ଅନିୟମିତତା ନେଇ ୨୦୧୭ ମସିହାରେ ଜଣାପଡିଥିଲା। ସେତେବେଳେ କର୍ମଚାରୀଙ୍କ ସମେତ ଶୀର୍ଷ ପ୍ରବନ୍ଧନ ଏପରିକି କେତେକ ବ୍ୟବସାୟୀକ ଅଂଶୀଦର ମଧ୍ୟ ଲାଞ୍ଚକାରବାରରେ ଜଡିତ ହୋଇପଡିଥିବା ଜଣାପଡିଥିଲା। ଯେଉଁଥିରେ ଜଣେ ଭାରତୀୟ ମନ୍ତ୍ରୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି ବୋଲି କୁହାଯାଇଥିଲା।

{"id":421464,"sizeSlug":"large","linkDestination":"none"}

ତତ୍କାଳ ବନ୍ଦ କରାଯାଇଥିଲା କାରବାର
କମ୍ପାନୀରେ କର୍ମଚାରୀ ଓ ଅଧିକାରୀଙ୍କ ଲାଞ୍ଚ କାରବାର ଜଣାପଡିବାମାତ୍ରେ ଭାରତୀୟ ବଜାରରେ ବାହନ ବିକ୍ରିକୁ ତତ୍କାଳ ରୋକି ଦିଆଯାଇଥିଲା। ପରେ କାରଖାନା ବନ୍ଦ କରିଦିଆଯାଇଛି। ଏହା ସହ ଅନିୟମିତତାରେ  ଲିପ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀ ଚାକିରୀ ଚାଡି ପଳାଇଥିବା ବେଳେ ଅଂଶୀଦାରଙ୍କ ସହ ବାଣିଜ୍ୟିକ ରାଜିନାମା କମ୍ପାନୀ ବାତିଲ କରିଦେଇଛି। 

{"id":421465,"sizeSlug":"large","linkDestination":"none"}

ସ୍କାନିଆ ଅନିୟମିତତା କ'ଣ?
ଦେଶରେ ଇଥନଲ ଚାଳିତ ପରିବହନ ପ୍ରଥମେ ନାଗପୁର ମ୍ୟୁନସିପାଲ କର୍ପୋରେସନ(ଏନଏମସି) ଆରମ୍ଭ କରିଥିଲେ। ଏଥିଲାଗି ଏନଏମସି ସ୍ୱିଡେନ ବସ୍‌ ନିର୍ମାତାଙ୍କ ସହ ଏକ ରାଜିନାମା ସ୍ୱାକ୍ଷର କରିଥିଲେ। ସେହି ଅନୁସାରେ ନାଗପୁର ସହରରେ ଇଥନୋଲ ଚାଳିତ ବସ୍‌ ଚଳାଚଳ ଆରମ୍ଭ କରିଥିଲା। ତେବେ ରାଜିନାମା ଅନୁସାରେ ଅଣାଯାଇଥିବା ୫୫ଟି ବସ୍‌କୁ ପରେ ଏନଏମସି ସ୍କାନିଆକୁ ଫେରାଇ ଦେଇଥିଲେ।

{"id":421466,"sizeSlug":"large","linkDestination":"none"}

ଲାଞ୍ଚରେ ଦିଆଯାଇଛି ବସ୍
ଏନଏମସି ଆଣିଥିବା ବସ୍‌ଗୁଡିକ ଟୁର ବସ୍‌ (ସ୍କାନିଆ ମେଟ୍ରୋ ଲିଙ୍କ) ଥିଲା। ତେବେ କେବଳ ଏନଏମସି ନୁହେଁ ବସ୍‌ଗୁଡିକୁ ସାରା ଦେଶରେ ଚଳାଇବାକୁ କମ୍ପାନୀ ପକ୍ଷରୁ କଣ୍ଟ୍ରାକ୍ଟ ହାସଲ ଲାଗି ୭ଟି ରାଜ୍ୟରେ ପ୍ରବଳ ଲାଞ୍ଚ କାରବାର କରିଥିଲେ ବୋଲି ସ୍ୱିଡେନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଥିରେ କମ୍ପାନୀର ବସ୍ ଓ ଟ୍ରକକୁ ବିଭିନ୍ନ ଅନିୟମିତତା ମାଧ୍ୟମରେ ଦେଶରେ ବିକା ଯାଇଥିବା ବେଳେ ବ୍ୟବସାୟୀକ ନୀତି ନିୟମରୁ ବି ବାହାରକୁ ଯାଇଥିଲେ। ଯେଉଁଥିରେ ଜଣେ ଭାରତୀୟ ମନ୍ତ୍ରୀଙ୍କୁ ଲାଞ୍ଚରେ ବସ୍ ଦିଆଯାଇଥିବାର ଚର୍ଚ୍ଚା ମଧ୍ୟ ହେଉଛି।

{"id":421467,"width":576,"height":641,"sizeSlug":"large","linkDestination":"none"}

ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିତିନ ଗଡକାରୀଙ୍କ  କାର୍ଯ୍ୟାଳୟ
ଭାରତରେ ବାହନ ନିର୍ମାତାଙ୍କ ଅନିୟମିତତା ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ ଭାରତ ସରକାରଙ୍କ କେନ୍ଦ୍ର ସଡକ ପରିବହନ,ଜାତୀୟ ରାଜପଥ ଓ ଏମଏସଏମଇ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛନ୍ତି। ଯେଉଁଥିରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଭାରତୀୟ ମନ୍ତ୍ରୀଙ୍କ ପ୍ରସଙ୍ଗ ଉଠାଇବା ଦୁର୍ଭାବନାପୂର୍ଣ୍ଣ ବୋଲି କୁହାଯାଇଛି। ଏହା ସ୍ୱିଡେନ ବାହନ ନିର୍ମାତାଙ୍କ ଅନ୍ତରୀଣ ମାମଲା ଓ ଏ ନେଇ ସେ କୌଣସି ଠାରେ ଅଭିଯୋଗ ମଧ୍ୟ ହୋଇ ନାହିଁ। ଏଣୁ ପ୍ରସଙ୍ଗରେ ସ୍କାନିଆ ଇଣ୍ଡିଆଙ୍କ ବିବୃତ୍ତିକୁ ଅପେକ୍ଷାକରାଯିବା ଦରକାର ବୋଲି କୁହାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.