Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବନ୍ଦରରେ ସାମଗ୍ରୀ ଅଟକି ରହିବା ଚୀନ୍ ନୁହେଁ ଭାରତ ପ୍ରଭାବିତ ହେଉଛି: ଗଡକରୀ

29/06/2020 at 4:02 PM

ନୂଆଦିଲ୍ଲୀ ୨୯।୬ :  ସୀମାରେ ଚୀନ୍‌ ସହ ଉତ୍ତେଜନା ପରିପ୍ରେକ୍ଷୀରେ ଏବେ ବିଭିନ୍ନ ଏୟାରପୋର୍ଟ ଓ ବନ୍ଦରରେ  ଚୀନରୁ ଆସିଥିବା ସାମଗ୍ରୀ ଦିନଦିନ ଧରି ଯାଞ୍ଚ ଲାଗି ପଡି ରହୁଛି। ଏଣୁ  ପଇସା ଦେଇ ଚୀନରୁ ଏଭଳି ସାମଗ୍ରୀ ମଗାଇଥିବା ବ୍ୟବସାୟୀ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଯୋଗୁ ଚୀନ୍‌ ନୁହେଁ ଭାରତ ଅଧିକ ପ୍ରଭାବିତ ହେବ ବୋଲି କେନ୍ଦ୍ର ଏମଏସଏମଇ  ମନ୍ତ୍ରୀ ନୀତିନ ଗଡକରୀ ସୋମବାର କହିଛନ୍ତି।

ଏଥିଲାଗି ଗଡକରୀ ବାଣିଜ୍ୟ ଓ ଅର୍ଥମନ୍ତ୍ରାଳୟକୁ ପତ୍ର ଲେଖି ଗତିରୋଧ ସମାପ୍ତ କରିବା ଲାଗି ନିବେଦନ କରିଛନ୍ତି। ଗଡକରୀ ଏଥିଲାଗି ଯେଉଁ ତର୍କ ରଖିଛନ୍ତି ସେଥିରେ ଭାରତୀୟ ଉଦ୍ୟୋଗୀଙ୍କ ଦେୟ ଆଧାରରେ ସେ ସବୁ ସାମଗ୍ରୀ ଭାରତ ଉପକୂଳକୁ ଆସିଥିବା କହିଛନ୍ତି। ଏଣୁ ଭାରତର ବାଣିଜ୍ୟ ପ୍ରଭାବିତ ହେବାର ସମ୍ଭାବନା ଥିବା ଗଡକରୀ ଚେତାଇ ଦେଇଛନ୍ତି। ଆମେ ଚୀନରୁ ଆମଦାନୀ ହ୍ରାସ କରିବାକୁ ଚାହୁଁଛେ, ଏଣୁ ଇମ୍ପୋର୍ଟ ଡ୍ୟୁଟି ବୃଦ୍ଧି କରିପାରିବା। ତେବେ ଯେଉଁ ସାମଗ୍ରୀ ଆସିଯାଇଛି ତାକୁ ଅଟକାଇ ରଖିବାର ଯଥାର୍ଥତା କ’ଣ ବୋଲି ଗଡକରୀ ପ୍ରଶ୍ନ କରିଛନ୍ତି। ଏଥିଯୋଗୁ ଆମର ଉଦ୍ୟୋଗୀ ଓ ଉଦ୍ୟୋଗ ପ୍ରଭାବିତ ହେବ ବୋଲି ସେ ଆଶଙ୍କା କରିଛନ୍ତି।

ଏ ନେଇ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ଏବଂ ଉଦ୍ୟୋଗମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ସେ ପତ୍ର ଲେଖିଥିବାର ମଧ୍ୟ ସୂଚିତ କରିଛନ୍ତି। ତେବେ ଏୟାରପୋର୍ଟ ଓ ବନ୍ଦରରେ ହେଉଥିବା ସମସ୍ୟା ନେଇ କୃଷକ ସଂଘ ଗଡକରୀଙ୍କୁ ଭେଟିବା ପରେ ସେ ପତ୍ର ଲେଖିଥିବା ଜଣାପଡିଛି। ଚାଷୀମାନେ ଖେତରେ କିଟ ନିୟନ୍ତ୍ରଣ ଲାଗି  ଚୀନ୍‌ରୁ ମଗାଇଥିବା ସ୍ପ୍ରେୟର ଓ ଯନ୍ତ୍ରାଂଶ ଅନେକ ଦିନରୁ ପହଞ୍ଚସାରିଲାଣି। ହେଲେ କଷ୍ଟମସ କ୍ଲିୟରାନ୍ସ ହୋଇ ପାରୁନଥିବାରୁ ସେମାନେ ମଗାଇଥିବା ସାମଗ୍ରୀ ଓ ଯନ୍ତ୍ରାଂଶ ପାଇ ପାରୁନଥିବା ବେଳେ କୀଟ ସେମାନଙ୍କ ଫସଲ ଚରିଯାଉଥିବାର ଅଭିଯୋଗ କରିଥିଲେ। ତେବେ ଗଡକରୀଙ୍କ  ପତ୍ର ପରେ ପ୍ରାଥମିକତା ଭିତ୍ତିରେ କୃଷି ସାମଗ୍ରୀ ଓ ଯନ୍ତ୍ରାଂଶ ତୁରନ୍ତ ଛାଡି ଦେବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ଜଣାପଡିଛି।

   Related Posts