Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ରୁତ ଗତିରେ ଗାଡି ଚଳାଇ ମୁଁ ବି ଜରିମାନା ଦେଇଛି – କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

9/09/2019 at 8:17 PM

ମୁମ୍ବଇ – ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ଏବେ ଟ୍ରାଫିକ ଜରିମାନା ନାଁ ଶୁଣିଲେ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାକୁ ଚାଲିଆସୁଛନ୍ତି । ଏହାକୁ ନେଇ ଓଡିଶାରେ ପୁଲିସ ଓ ସାଧାରଣ ଲୋକ ମୁହାଁ ମୁହିଁ ହୋଇଛନ୍ତି । ପରେ ଓଡିଶା ସରକାରଙ୍କ ପକ୍ଷରୁ ଏହି କଟକଣାକୁ ୩ ମାସ ପାଇଁ କୋହଳ କରାଯାଇଛି । ଏହି କୋହଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ତିନି ମାସ ମଧ୍ୟରେ ଗାଡିର ସମସ୍ତ କାଗଜପତ୍ର ଠିକ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଦ୍ରୁତ ଗତିରେ ଗାଡି ଚଳାଇ ଜରିମାନା ଦେଇଥିବା କଥା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କ ରାସ୍ତାରେ ତାଙ୍କର ଗାଡି ଦ୍ରୁତ ଗତିରେ ଯାଉଥିବାରୁ ସେ ଜରିମାନା ଦେଇଥିବା କଥା କହିଛନ୍ତି ।

ମଟର ଯାନ ଆଇନକୁ ପାରିତ କରିବା ସରକାରଙ୍କର ବଡ ଉପଲବ୍ଧି ବୋଲି ସେ କହିଛନ୍ତି। ଟ୍ରାଫିକ୍‌ ନିୟମ ଭଙ୍ଗକାରୀଙ୍କ ଉପରେ ଜରିମାନା ହେଲେ ଦୁର୍ଘଟଣା କମିବ ଭ୍ରଷ୍ଟାଚାର ବଢିବ ନାହିଁ ବୋଲି ଗଡକରୀ କହିଛନ୍ତି ।
ଏହି କଥା ମୋଦୀ ସରକାରଙ୍କର ଦ୍ୱିତୀୟ ପାଳିରେ ୧୦୦ ଦିନ ସଫଳତା ବିଷୟରେ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ଅବସରରେ କହିଛନ୍ତି ।

ଧାରା ୩୭୦ ଉଚ୍ଛେଦ କରିବା ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି । ଏହା ଜାମ୍ମୁ-କାଶ୍ମୀରରୁ ଗରୀବି ଦୂର କରିବ । ଏଥିପାଇଁ ପାକିସ୍ତାନ ଛାୟା ଯୁଦ୍ଧ ଆରମ୍ଭ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଜାମ୍ମୁ-କାଶ୍ମୀରରେ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି ସୁଡଙ୍ଗ ରାସ୍ତା ନିର୍ମାଣ କରାଯାଉଥିବା କଥା ସେ କହିଛନ୍ତି ।ଏହି ୧୦୦ ଦିନର କାମ କେବଳ ଟ୍ରେଲର ଏବେ ପୁରା ସିନେମା ଆଗକୁ ଆସିବ ବୋଲି ପ୍ରକାଶ କରିଛନ୍ତି।

   Related Posts