Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ରେମଡିସିଭିର’ ଗୁରୁତର କରୋନା ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲରେ ଉପଲବ୍ଧ ଏକ ଔଷଧ : ନୀତି ଆୟୋଗ

13/04/2021 at 9:48 PM

ନୂଆଦିଲ୍ଲୀ ୧୩।୪: କରୋନା ଭାଇରସ ମହାମାରୀ ଚିକିତ୍ସାରେ ରେମଡିସିଭିରର ଅଭାବ ଓ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ କେନ୍ଦ୍ର ସରକାର  ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ନୀତି ଆୟୋଗ ସଦସ୍ୟ (ସ୍ୱସ୍ଥ୍ୟ)ଡା.ବି.କେ ପଲ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ହସ୍ପିଟାଲରେ ଉପଲବ୍ଧ ଏକ ଔଷଧ ଓ  କରୋନାରେ କେବଳ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ଦିଆଯାଏ ବୋଲିକହିଛନ୍ତି।

ହସ୍ପିଟାଲରେ ଭର୍ତ୍ତି କରୋନା ଆକ୍ରାନ୍ତ ଯାହାଙ୍କୁ ବାହାରୁ ଅକ୍ସିଜେନ ଦିଆଯାଉଛି ଡାକ୍ତର କେବଳ ସେଭଳି ରୋଗୀଙ୍କ ଠାରେ  ଏହି ଔଷଧର ଉପଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ଏଣୁ ଏଭଳି ଔଷଧ ଲାଗି କେହି ସାଧାରଣ ଔଷଧ ଦୋକାନ ଆଗରେ ଧାଡି ବାନ୍ଧିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ତେବେ ଏଭଳି ଘଟଣା ଏକ ତ୍ରୁଟିପୂର୍ଣ୍ଣ ବାର୍ତ୍ତା ଦେଉଥିବା ସେ କହିଛନ୍ତି। କରୋନାରେ ହାଲୁକା ସଂକ୍ରମିତଙ୍କ ଠାରେ ଏପରି ଔଷଧର ଉପଯୋଗ ହୁଏ ନି, କି କେହି ଘରେ ରହି ବିନା ଡାକ୍ତରୀ ଦେଖରେଖରେ ଏପରି ଔଷଧ ନେଇପାରିବେନି। ଏଣୁ ରେମଡିସିଭିର ଉପଲବ୍ଧ ହେଉ ନଥିବା ନେଇ ହେଉଥିବା ଗଣମାଧ୍ୟମ ହାଲାଚିଲ୍ଲାରେ ସରକାର ଏହାର  ରପ୍ତାନୀ ବନ୍ଦ କରିଦେଇଛନ୍ତି।  

କୋବିଡ-୧୯ କ୍ଲିନିକାଲ ପ୍ରୋଟକଲ ଅନୁସାରେ ଅନୁସନ୍ଧାନତ୍ମକ ଉପଚାର ଭାବେ ଏହି ଔଷଧକୁ କରୋନା ଭାଇରସ ସଂକ୍ରମିତ କେବଳ ଗୁରୁତର ରୋଗୀଙ୍କଠାରେ ଉପଯୋଗ ଲାଗି ସୂଚୀବଦ୍ଧ କରାଯାଇଛି। ଏଣୁ ଡା. ପଲ ହସ୍ପିଟାଲରେ ଭର୍ତ୍ତି ଗୁରୁତର କରୋନା ଆକ୍ରାନ୍ତଙ୍କ ଠାରେ ଏହି ଔଷଧର ତର୍କ ସଙ୍ଗତ, ଉପଯୁକ୍ତ ଓ ବିବେକପୂର୍ଣ୍ଣ ବ୍ୟବହାର ଲାଗି ଡାକ୍ତରଙ୍କୁ ଅନୁରୋଧ କରୁଥିବା ସେ ଗଣମାଧ୍ୟମ  ଜରିଆରେ କହିଛନ୍ତି। ଭାରତରେ କରୋନା ସଂକ୍ରମଣ ହାର ବୃଦ୍ଧି ଯୋଗୁ ଏହି ଔଷଧର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏଣୁ କେତେକ ସ୍ଥଳରେ ଏହାର ଅଭାବ ଦେଖା ଦେବା ପରିପ୍ରେକ୍ଷରେ ନୀତି ଆୟୋଗ ସଦସ୍ୟ ଏହା କହିଛନ୍ତି।

   Related Posts