Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଜାରି ହେଲା SDG India Index ୨୦୨୦-୨୧, ଜାଣନ୍ତୁ ବିକାଶରେ କେଉଁଠି ଅଛି ଆପଣଙ୍କ ରାଜ୍ୟ

3/06/2021 at 4:57 PM

ନୂଆଦିଲ୍ଲୀ ୩।୬: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗୁରୁବାର ଭାରତ ଏସଡିଜି ସୂଚକାଙ୍କର ତୃତୀୟ ସଂସ୍କରଣ ଜାରି କରିଛନ୍ତି। ଭାରତରେ ମିଳିତ ଜାତିସଂଘଙ୍କ ସହଯୋଗରେ ବିକଶିତ ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ପ୍ରଗତିକୁ ୧୧୫ଟି ମାନଦଣ୍ଡରେ ଆକଳନ କରିଥାଏ। ଏହି ଅନୁସାରେ କେରଳ ଜାରି ବର୍ଷରେ ସୂଚକାଙ୍କର ପ୍ରଥମ ସ୍ଥାନରେ ଥିବା ବେଳେ ବିହାରର ପ୍ରଦର୍ଶନ ସବୁଠୁ ଖରାପ ରହିଛି।

ସେହିପରି କେନ୍ଦ୍ର ଶାସିତ ପ୍ରଦେଶଙ୍କ ମଧ୍ୟରେ ଚଣ୍ଡିଗଡ଼କୁ ୭୯ ପଏଣ୍ଟମିଳିଥିବା ବେଳେ ଶୀର୍ଷ ସ୍ଥାନରେ ରହିଛି। ସେହିପରି ୬୮ ପଏଣ୍ଟ ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୂଚକାଙ୍କର ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ମିଜୋରାମ, ହରିୟାଣା ଓ ଉତ୍ତରାଖଣ୍ଡରେ ସବୁଠୁ ଅଧିକ ଅଭିବୃଦ୍ଧି ହୋଇଛି। ସେହିପରି ୨୦୨୦-୨୧ରେ ଭାରତର ମୋଟ ଏସଡିଜି ସୂଚକାଙ୍କରେ ୬ ପଏଣ୍ଟ ସୁଧାର ଆସିଛି। ଫଳରେ ଭାରତ ଜାତୀୟ ସ୍ତରରେ୬୦ରୁ ୬୬ ପଏଣ୍ଟ ଅଭିବୃଦ୍ଧି ହାସଲ କରିଛି।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଏହି ରିପୋର୍ଟକୁ  ଏସଡିଜି ପ୍ରୟାଶ କାଳରେ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ଯାହା ଆମର ସହଯୋଗର ଶକ୍ତିକୁ ପ୍ରମାଣିତ କରୁଛି। ଏଥିରୁ ମିଳିତ ଭାବେ ଆମେ କରିଥିବା ପ୍ରୟାଶରୁ କିପରି ଉତ୍ତମ ଫଳାଫଳ ପାଇଛେ ତାହା ଜଣାପଡୁଛି ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ସୂଚକାଙ୍କର କେଉଁ ସ୍ଥାନରେ ଅଛନ୍ତି କେଉଁ ରାଜ୍ୟ ।

ସୂଚକାଙ୍କର ପ୍ରଥମ ସ୍ଥାନରେ ରହିଛି କେରଳ ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ଓ ତାମିଲନାଡ଼ୁ ଥିବା ବେଳେ ଆନ୍ଧ୍ରପ୍ରଦେଶ, ଗୋଆ, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ସିକ୍କିମ,  ପଞ୍ଚମ ସ୍ଥାନରେ ମହାରାଷ୍ଟ୍ର, ଷଷ୍ଠ ସ୍ଥାନରେ ଗୁଜରାଟ ଓ ତେଲେଙ୍ଗାନା ଥିବା ବେଳେ ସପ୍ତମ ସ୍ଥାନରେ ରହିଛନ୍ତି ମିଜୋରାମ ଓ ପଞ୍ଜାବ। ଅଷ୍ଟମ ସ୍ଥାନରେ ହରିୟାଣା ଓ ତ୍ରିପୁରା ଥିବା ବେଳେ ନବମ ସ୍ଥାନରେ ମଣିପୁର ରହିଛି। ଦଶମ ସ୍ଥାନରେ ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ଥିବା ବେଳେ ଏକାଦଶ ସ୍ଥାନରେ ଅଛନ୍ତି ଛତିଶଗଡ଼, ନାଗାଲ୍ୟାଣ୍ଡ ଏବଂ  ଓଡିଶା।

ଦ୍ୱାଦଶ ସ୍ଥାନରେ ଅଋଣାଚଳ ପ୍ରଦେଶ, ମେଘାଲୟ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଥିବା ବେଳେ ତ୍ରୟୋଦଶ ସ୍ଥାନରେ ଅଛି ଆସାମ। ପଞ୍ଚଦଶସ୍ଥାନରେ ଝାଡଖଣ୍ଡ, ଷୋଡ଼ଷ ସ୍ଥାନରେ ବିହାର ରହିଛି। ସେହିପରି କେନ୍ଦ୍ରଶାସିତ ପ୍ରଦେଶଙ୍କ ସୂଚକାଙ୍କର ପ୍ରଥମ ସ୍ଥାନରେ ରହଛି ଚଣ୍ଡିଗଡ଼। ପଛକୁ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ଥିବା ବେଳେ ତୃତୀୟ ସ୍ଥାନରେ ପୁଡୁଚେରୀ, ଚତୁର୍ଥ ସ୍ଥାନରେ ଲକ୍ଷଦ୍ୱୀପ, ପଞ୍ଚମ ସ୍ଥାନରେ ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ ସମୂହ, ଷଷ୍ଠରେ ଜମ୍ମୁ-କାଶ୍ମୀର, ସପ୍ତମରେ ଲଦ୍ଦାଖ ଓ ଅଷ୍ଟମ ସ୍ଥାନରେ ରହିଛି ଦାଦର ନଗରହାବେଲୀ ଓ ଦାମନ ଦ୍ୱୀପ।

   Related Posts