ରୋକା ଯାଇପାରିବ କରୋନା ତୃତୀୟ ଲହର, ଉପାୟ ବତାଇଲେ ନୀତି ଆୟଗ ସଦସ୍ୟ ଡା. ବି.କେ ପାଲ

Published By : Prameya-News7 Bureau | June 22, 2021 IST

ନୂଆଦିଲ୍ଲୀ ୨୨।୬: କରୋନା ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଥିରେ ବିଶେଷଜ୍ଞମାନେ ତୃତୀୟ ଲହରର ଆଶଙ୍କା କରିବା ଲୋକଙ୍କ ଆତଙ୍କକୁ ବହୁଗୁଣିତ କରିଛି। ତେବେ ନୀତି ଆୟୋଗଙ୍କ ସ୍ୱାସ୍ଥ୍ୟ ସଦସ୍ୟ ଡା. ବି.କେ. ପାଲ ଭୂତାଣୁର ପ୍ରକୋପକୁ ଲୋକେ ଚାହିଁଲେ ହ୍ରାସ କରିପାରିବେ ବୋଲି ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ କ’ଣ ଓ କିପରି ବ୍ୟାପୁଛି ସେ ବିଷୟରେ ସବୁ ଲୋକେ ଜାଣି ଗଲେଣି। ଏଣୁ କୋଭିଡ ନିୟମର କଡ଼ାକଡ଼ି ପାଳନ ସାଙ୍ଗକୁ ଯଦି ଲୋକେ ଟିକା ଠିକରେ ନିଅନ୍ତି ତେବେ ଦେଶରେ ତୃତୀୟ ଲହରକୁ ରୋକାଯାଇପାରିବ।

{"id":469822,"width":838,"height":465,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ବିଶ୍ୱରେ ଏପରି ଅନେକ ଦେଶ ଅଛନ୍ତି ଯେଉଁଠି ଏପର୍ଯ୍ୟନ୍ତ କରୋନା ଦ୍ୱିତୀୟ ଲହର ଆସିନି। ଆମ ଦେଶରେ ଦ୍ୱିତୀୟ ଲହର ଆସିବା ସହ ଅତିକ୍ରମ ମଧ୍ୟ କରିଗଲାଣି।  ଏଥିରୁ ଲୋକେ ଅନେକ କିଛି ଶିକ୍ଷା କରିଛନ୍ତି। ଏଣୁ କରୋନାର ଭୟାବହତା ନେଇ କାହାରିକୁ ଡରାଇବାର ଆଉ ଆବଶ୍ୟକତା ନାହିଁ।   ଲୋକେ ଯଦି ଚାହିଁବେ ତେବେ ଦେଶରେ ତୃତୀୟ ଲହର ହୁଏତ ଆଉ ଆସି ନପାରେ ବୋଲି ଡା.ପାଲ କହିଛନ୍ତି। ଯଦି ଆମେ କୋଭିଡର ଉଚିତ ନିୟମ ପାଳନ କରୁଛେ ତେବେ ଏହି ଅବଧି ମଧ୍ୟ ବିତିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

{"id":469823,"sizeSlug":"large","linkDestination":"none"}

ଯଦି ଅଧିକାଂଶ ଲୋକଙ୍କ ଟିକାକରଣ ହୋଇଯାଏ ତେବେ ଦେଶରେ ତୃତୀୟ ଲହରକୁ ରୋକାଯାଇପାରିବ। ଏହା ସହ ଦେଶ ପୁଣି ପୂର୍ବ ପରିସ୍ଥିତିକୁ ଫେରିପାରିବ ବୋଲି ସେ କହିଛନ୍ତି। ଯେଉଁଠି ପିଲାମାନେ ପୁଣି ସ୍ୱଭାବିକ ସ୍କୁଲ କଲେଜ ଯାଇ ଆସିପାରୁଥିବା ବେଳେ ହାଟ, ବଜାର, ପର୍ଯ୍ୟଟନ ଓ ଧର୍ମାନୁଷ୍ଠାନ ସବୁ ସ୍ୱଭାବିକ ଚଳିପାରିବ। ଫଳରେ ଦେଶ ମଧ୍ୟ ଆର୍ଥିକ ମୋର୍ଚ୍ଚାରେ ପୁଣି ଆଗେଇପାରିବ ବୋଲି ଡା. ପାଲ କହିଛନ୍ତି।

{"id":469824,"width":838,"height":471,"sizeSlug":"large","linkDestination":"none"}

ଟିକା ନେବା ଲାଗି ଏହା ସବୁଠୁ ଉତ୍ତମ ସମୟ ବୋଲି ସେ କହିଛନ୍ତି। ତେବେ ଆମ ଟିକା ଅସୁରକ୍ଷିତ ବୋଲି ହେଉଥିବା ପ୍ରଚାରକୁ ସେ ଖଣ୍ଡନ କରିଛନ୍ତି। ସାରା ବିଶ୍ୱରେ କରୋନା ମୁକାବିଲା ଲାଗି ଯେତେ ସବୁ ଟିକା ଅଛି ସେଥିରେ ଆମ ଦେଶର ମଧ୍ୟ ୨ଟି ଟିକା ଅଛି। ସବୁ ଦେଶ ଭଳି ଆମ ଦେଶ ମଧ୍ୟ ଟିକାକୁ ଜରୁରି ଉପଯୋଗ ଅନୁମତି ପ୍ରଦାନ କରିଛି। ସମାଜର ବିଭିନ୍ନ ବର୍ଗର ଲୋକେ ଟିକାକରଣ କରାଇଲେଣି । ଏଣୁ ଟିକାକୁ ନେଇ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.