୩ ରାଷ୍ଟ୍ରାୟତ ବ୍ୟାଙ୍କ ଘରୋଇ କରଣ ଲାଗି ସରକାରଙ୍କୁ ନୀତି ଆୟୋଗଙ୍କ ପରାମର୍ଶ

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ ୨।୮:  ନୀତି ଆୟୋଗ ଦେଶର ୩ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ଘରୋଇ କରଣ କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି।  ଏହା ସହ ସମସ୍ତ ଗ୍ରାମ୍ୟ ବ୍ୟାଙ୍କର ମର୍ଜର ଓ ଏନବିଏଫସିଙ୍କୁ ଆହୁରି ଅଧିକା ରିହାତି ପ୍ରଦାନ ନିମନ୍ତେ ମଧ୍ୟ ଆୟୋଗ ସୁପାରିଶ କରିଛନ୍ତି। ଏହି ସବୁ ବ୍ୟାଙ୍କର ଘରୋଇକରଣ ଲାଗି ସରକାରଙ୍କୁ ନିୟମରେ ପରିବର୍ତ୍ତନ ଲାଗି ମଧ୍ୟ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି।

ଆୟୋଗ ଯେଉଁ ବ୍ୟାଙ୍କମାନଙ୍କର ଘରୋଇକରଣ ଲାଗି ପରାମର୍ଶ ଦେଇଛନ୍ତି ସେଥିରେ ପଞ୍ଜାବ ଏଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଅଛି। ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ସଂଖ୍ୟାକୁ ୫କୁ ହ୍ରାସ କରିବା ସରକାର ଯୋଜନା କରିଛନ୍ତି।  ଫଳରେ କିଛି ଛୋଟ ବ୍ୟାଙ୍କକୁ ବଡ ବ୍ୟାଙ୍କରେ ରୂପାନ୍ତରିତ ହେବାକୁ ଥିବା ବେଳେ ଆଗାମୀ ଦିନରେ ଦେଶରେ କାରବାର କରିବାକୁ ଆସୁଥିବା ଅନ୍ତର୍ଜାତୀୟ ବ୍ୟାଙ୍କମାନଙ୍କ ସହ ଏହି ବ୍ୟାଙ୍କମାନେ ଯେପରି ପ୍ରତିଦ୍ୱନ୍ଦ୍ୱୀତା କରିପାରିବେ। 

ସେହିପରି ନୀତି ଆୟୋଗ ପୋଷ୍ଟାଲ ବ୍ୟାଙ୍କ ସ୍ଥାପନା ଲାଗି ମଧ୍ୟ ସୁପାରିଶ କରିଛନ୍ତି। ଆୟୋଗଙ୍କ ଅନୁସାରେ ଦେଶର ସବୁ ଗ୍ରାମ୍ୟ ବ୍ୟାଙ୍କକୁ ମିସାଇ ଏସବୁ ଲାଗି ପୋଷ୍ଟାଲ ଆଉଲେଟର ପହୁଞ୍ଚ ଓ ସେବାର ସୁଯୋଗ ନିଆଯାଇପାରିବ ବୋଲି କହିଛନ୍ତି। ଫଳରେ ଆର୍ଥିକ ସେବାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଯାଇପାରିବ ବୋଲି ଆୟୋଗ କହିଛନ୍ତି। ସେହିପରି ବଣ୍ଟ ମାର୍କେଟରେ ଏନବିଏଫସିଙ୍କୁ ମଧ୍ୟ ରିହାତି ଦିଆଯାଉ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.