ଜିଡିପି ଅଭିବୃଦ୍ଧି ନେଇ ନୀତି ଆୟୋଗର ପୂର୍ବାନୁମାନ, ୨୦୨୧ ଆର୍ଥିକ ବର୍ଷରେ ବଦଳିବ ଦେଶର ସ୍ଥିତି
6/12/2020 at 5:58 PM

ନୂଆଦିଲ୍ଲୀ ୦୬/୧୨ : ଦେଶର ଜିଡିପି ଆସନ୍ତା ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ଆଡକୁ କୋଭିଡ୍-୧୯ ପୂର୍ବ ଭଳି ସ୍ଥିତିରେ ପହଞ୍ଚିଯିବ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୮ ପ୍ରତିଶତରୁ କମ ରହିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୭.୫ ପ୍ରତିଶତ ରହିବ ବୋଲି ଅନୁମାନ କରିଛି ।

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ତ୍ରୖମାସିକରେ ଅର୍ଥବ୍ୟବସ୍ଥାରେ ଆଶାଠାରୁ ଅଧିକ ସୁଧାର ଆସିଛି । ଜୁଲାଇ-ସେପ୍ଟେମ୍ବର ତ୍ରୖମାସିକରେ ଅର୍ଥବ୍ୟବସ୍ଥା ମାଇନସ ୭.୫ ପ୍ରତିଶତ ରହିଛି । ତେଣୁ ଆଗକୁ ମଧ୍ୟ ଅର୍ଥବ୍ୟବସ୍ଥାରେ ଆହୁରି ସୁଧାର ଆସିପାରେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ବିନିଯୋଗରୁ ୨.୧୦ ଲକ୍ଷ କୋଟି ଆଦାୟ କରିବାକୁ ଲକ୍ଷ ରଖାଯାଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (ସିପିଏସ୍ଇ) ର ଅଂଶଧନ ବିକ୍ରୟରୁ ୧.୨୦ ଲକ୍ଷ କୋଟି ଟଙ୍କା ଏବଂ ଆର୍ଥିକ ପ୍ରତିଷ୍ଠାନରେ ସରକାରୀ ଅଂଶଧନ ବିକ୍ରୟରୁ ୯୦ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ।

ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାର ବିଷୟରେ ପଚରାଯିବାରୁ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତରେ ଦେଶର ଘରୋଇ ଉତ୍ପାଦ ଯଥେଷ୍ଟ ଥିବାରୁ ଏହି କ୍ଷେତ୍ରକୁ ଆହୁରି ବିସ୍ତାର କରିବା ସହିତ ପ୍ରତିଯୋଗିତା ବୃଦ୍ଧି କରିବା ଆବଶ୍ୟକ । ଅନ୍ୟାନ୍ୟ ଉଦୀୟମାନ ଅର୍ଥନୀତି କ୍ଷେତ୍ରରେ ଏହା ଶହେ ପ୍ରତିଶତରୁ ଅଧିକ ବୋଲି ସେ ମତ ଦେଇଛନ୍ତି ।