ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | June 15, 2019 IST

ନୂଆଦିଲ୍ଲୀ ୧୫|୬: ରାଷ୍ଟ୍ରପତି ଭବନରେ ଚାଲିଛି ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ଚାଲିଛି ବୈଠକ । ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ମରୁଡ଼ି ଓ ରିଲିଫ୍, ବର୍ଷାଜଳ ସଂରକ୍ଷଣ, କୃଷି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ଓ କୃଷି ବଜାରର ସ୍ଥିତି, ଆକାଂକ୍ଷୀ ଜିଲ୍ଲାର ସ୍ଥିତି ତଥା ମାଓ ଉପଦ୍ରୁତ ଅଞ୍ଚଳର ସୁରକ୍ଷା ଭଳି ୫ଟି ପ୍ରସଙ୍ଗରେ ଆଲୋଚନା ହେଉଛି ।  ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ 'ଫୋକସ୍' ରାଜ୍ୟ ପ୍ରସଙ୍ଗ ଉଠାଇବେ ନବୀନ । ସେହିପରି ସ୍ବତନ୍ତ୍ର ପାହ୍ୟା ନେଇ ଆନ୍ଧ୍ର, ବିହାର ଜୋର୍ ଦାର୍ ଦାବି କରିବେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.