Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଆଜି ଦିଲ୍ଲୀରେ ବସୁଛି ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

15/06/2019 at 8:49 AM

ନୂଆଦିଲ୍ଲୀ ୧୫|୬: ଆଜି ଦିଲ୍ଲୀରେ ବସୁଛି ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଗଭର୍ଣ୍ଣିଂ କାଉନସିଲ୍‌ରେ ମରୁଡ଼ି ଓ ରିଲିଫ୍, ବର୍ଷାଜଳ ସଂରକ୍ଷଣ, କୃଷି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ଓ କୃଷି ବଜାରର ସ୍ଥିତି, ଆକାଂକ୍ଷୀ ଜିଲ୍ଲାର ସ୍ଥିତି ତଥା ମାଓ ଉପଦ୍ରୁତ ଅଞ୍ଚଳର ସୁରକ୍ଷା ଭଳି ୫ଟି ପ୍ରସଙ୍ଗରେ ଆଲୋଚନା ହେବ ।

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସ ନୀତିରେ ଦେଶର ବିକାଶ ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକ ଆଲୋଚନା କରାଯିବା ସହିତ ବୈଠକର ଆଢୁଆଳରେ ଲୋକସଭାର ଉପବାଚସ୍ପତି ପଦ ନେଇ ସରକାର ଆଲୋଚନା କରିବାର ମଧ୍ୟ ଚର୍ଚ୍ଚା ହେଉଛି ।

ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦାନ କରିବେ । ବୈଠକରେ ‘ଫୋକସ୍’ ରାଜ୍ୟ ପ୍ରସଙ୍ଗ ଉଠାଇପାରନ୍ତି ନବୀନ । ସେହିପରି ସ୍ବତନ୍ତ୍ର ପାହ୍ୟା ନେଇ ଆନ୍ଧ୍ର, ବିହାର ଜୋରଦାର ଦାବି କରିବେ ବୋଲି ଜଣାପଡ଼ିଛି । ଆଙ୍କାକ୍ଷୀ ଜିଲ୍ଲା ସମ୍ପର୍କରେ ମଧ୍ୟ ନବୀନ ବୈଠକରେ ଦାବି ରଖି ପାରନ୍ତି । 

ସେପଟେ ଆଜିର ବୈଠକରେ ରାଜ୍ୟମାନଙ୍କ ଦ୍ବାରା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ସମ୍ପର୍କରେ ଅଧିକ ସ୍ପଷ୍ଟୀକରଣ ଦେବା ପାଇଁ କେନ୍ଦ୍ର ଯୋଜନା ଓ କ୍ରିୟାନ୍ବୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜୀତ୍ ସିଂହ ବୈଠକରେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରୂପେ ଉପସ୍ଥିତ ରହିବେ ।

   Related Posts