୬୦୦ କୋଟି ଚଙ୍କାରେ ନିର୍ମିତ ହେବାକୁ ଯାଉଥିବା ରାମାୟଣ ଫିଲ୍ମର ସୀତା ଭୂମିକାରେ ଅଭିନୟ କରିବେ ଏହି ଅଭିନେତ୍ରୀ

Published By : Prameya-News7 Bureau | September 25, 2019 IST

ମୁମ୍ବାଇ୨୫|୯: ରାମାୟଣ ଫିଲ୍ମ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ଅଧିକ ବଜେଟରେ କରାଯାଉଥିବା ଫିଲ୍ମ ରାମାୟଣ ରିଲିଜ ହେବା ନେଇ ଦର୍ଶକ ଏବେଠୁ ଉତ୍ସାହିତ ଅଛନ୍ତି। ୬୦୦ କୋଟି ବଜେଟରେ ନିର୍ମିତ ହେଉଥିବା ଫିଲ୍ମରେ କେଉଁ କେଉଁ ଷ୍ଟାର ଅଭିନୟ କରିବେ ତାହା ସାମ୍ନାକୁ ଆସିଛି।

{"id":162413}

ଏହି ଫିଲ୍ମରେ ପ୍ରଭାସଙ୍କ ନାଁ ମଧ୍ୟ ସାମିଲ ଅଛି। ପ୍ରଭାସ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିବେ।

{"id":162414}

ରାମାୟଣ ଫିଲ୍ମରେ ଶ୍ରୀରାମ ଓ ସୀତାଙ୍କ ଭୂମିକାରେ କେଉଁ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିବେ ତାହା ମଧ୍ୟ ଜଣାପଡିଛି।

{"id":162410}

ଶ୍ରୀରାମଙ୍କ ଭୂମିକାରେ ବଲିଉଡର ହ୍ୟାଣ୍ଡସମ ଅଭିନେତା ହ୍ରିତିକ ରୋଶନ ଅଭିନୟ କରିବେ। ଅପରପକ୍ଷରେ ସୀତା ଭୂମିକାରେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୟ କରିବେ।

{"id":162411}

ଫିଲ୍ମର ନିର୍ଦ୍ଦେଶନା ନିତେଶ ତିୱାରୀ କରିବେ। ଫିଲ୍ମରେ ଅଭିନେତା ଅଜୟ ଦେବଗନ ଓ ରଣବୀର କପୁର ମଧ୍ୟ ଅଭିନୟ କରିବେ।

{"id":162412}

ଏବେ ସୁପରହିଟ୍‌ ଫିଲ୍ମ ଛିଛୋରେ ଓ ସାହୋରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ରଦ୍ଧା ତାଙ୍କ ଆଗାମୀ ଫିଲ୍ମ ଷ୍ଟ୍ରିଟ ଡାନ୍ସର ଓ ବାଗି ୩ ରେ ନଜର ଆସିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.