ସେଲ୍ଫ ଆଇସୋଲେସ୍ନରେ ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗ ଦେବ
22/03/2020 at 2:41 PM

ଭୁବନେଶ୍ୱର – ସେଲ୍ଫ ଆଇସୋଲେସନ୍ ବା କ୍ୱାରେଣ୍ଟାଇନ୍ରେ ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗଦେବ । ନୀତେଶଙ୍କ ସାନପୁଅ ଲଣ୍ଡନର କେମ୍ବ୍ରିଜ୍ରୁ ଫେରିଛନ୍ତି । ସେଠାରେ କରୋନା ବ୍ୟାପୁଥିବାରୁ ସେ ଏବେ ଭାରତକୁ ଫେରି ଆସିଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କଥା ଏକ ଫେସ୍ବୁକ୍ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ।

ମାତ୍ର ସାମାଜିକ ସୁରକ୍ଷା ଦୃଷ୍ଟିରୁ ସେ ସାମାଜିକ ଦୂରତା ରକ୍ଷା କରି କ୍ୱାରେଣ୍ଟାଇନ୍ରେ ରହିଥିବା ଓ ତାଙ୍କ ପରିବାର ଲୋକ ମଧ୍ୟ କ୍ୱାରେଣ୍ଟାଇନ୍ ରହିଥିବା କଥା ସେ ଉଲ୍ଲେଖ କରିଛନ୍ତି ।
ଭାରତରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢି ଯାଇଛି । ୩୪୧ ଜଣଙ୍କ କରୋନା ପଜେଟିଭ୍ ବାହାରିଥିବା ବେଳେ ୬ ଜଣଙ୍କର ମୃତ୍ୟ ହୋଇଛି ।