ବିଜୟ ପରେ ଭାବବିହ୍ବଳ ମୁମ୍ବାଇ ଇଣ୍ଡିଆନ୍ସ ମାଲିକାଣୀ ନୀତା ଅମ୍ବାନୀ, କ୍ବିଣ୍ଟନ ଡିକକ୍‌ ଓ ନାଥନ୍‌ କୋଲ୍‌ଟରଙ୍କ ଇଣ୍ଟରଭ୍ୟୁ ବେଳେ ଧସେଇ ପଶିଲେ

Published By : Prameya-News7 Bureau | November 11, 2020 IST

ମୁମ୍ବାଇ ୧୧/୧୧: ଆଇପିଏଲ-୨୦୨୦ ଟାଇଟଲ୍‌ ଜିଣିଲା ମୁମ୍ବାଇ ଇଣ୍ଡିଆନ୍ସ। ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୫ ଥର ପାଇଁ ଟ୍ରଫି ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସୋସିଆଲ୍‌ ମିଡିଆରେ ଏମଆଇ ବିଜୟକୁ ନେଇ ଯେତିକି ଚର୍ଚ୍ଚା ନହେଉଛି ତାଠୁ ଅଧିକ ଚର୍ଚ୍ଚା ମାଲିକାଣୀ ନୀତା ଅମ୍ବାନୀଙ୍କୁ ନେଇ ହେଉଛି।

ମ୍ୟାଚ୍‌ ଜିତିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେୟର ସାକ୍ଷାତକାର ଦେଉଥିଲେ। ଏହି ସମୟରେ ଏମଆଇ ଓନର ନୀତା ଅମ୍ବାନୀ ପଡ଼ିଆ ଭିତରକୁ ଧସେଇ ପଶିଥିଲେ। ପରେ ଲାଇଭ୍‌ ଚାଲୁଥିବା ଜାଣିବା ପରେ ମନ ଉଣା କରି ଫେରିଯାଇଥିଲେ ନୀତା। ଏଭଳି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ପଞ୍ଚମ ଥର ପାଇଁ ଏମଆଇ ଆଇପିଏଲ୍‌ ଟାଇଟଲ୍‌ ଜିଣିବା ପରେ କ୍ବିଣ୍ଟନ ଡିକକ୍‌ ଓ ନାଥନ କୋଳ୍ଟର ଗଣାମଧ୍ୟମକୁ ସାକ୍ଷାତାକାର ଦେଉଥିଲେ। ତେବେ ଏନେଇ ଜାଣିନଥିଲେ ନୀତା ଅମ୍ବାନୀ। ହଠାତ ପଡ଼ିଆ ଭିତରକୁ ପ୍ରବେଶକୁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବାକୁ ଦୌଡ଼ି ପଳାଇଆସିଥିଲେ। ହଠାତ ନୀତାଙ୍କ ଗତି ଧିମା ହୋଇଥିଲା। କାରଣ ସେ ଜାଣିବାକୁ ପାଇଥିଲେ ସାକ୍ଷାତକାର ଚାଲିଛି। ତଥାପି ଖେଳାଳିକୁ ସାମାନ୍ୟ ସ୍ପର୍ଶ କରି ଫେରିଯାଇଥିଲେ ନୀତା।

wp:core-embed/twitter {"url":"https://twitter.com/ameyp9/status/1326219673986232321","type":"rich","providerNameSlug":"twitter","className":""}
https://twitter.com/ameyp9/status/1326219673986232321
/wp:core-embed/twitter wp:core-embed/twitter {"url":"https://twitter.com/PrasadCTate/status/1326221806387171328","type":"rich","providerNameSlug":"twitter","className":""}
https://twitter.com/PrasadCTate/status/1326221806387171328
/wp:core-embed/twitter wp:core-embed/twitter {"url":"https://twitter.com/FrxRealMadrid/status/1326214183474454528","type":"rich","providerNameSlug":"twitter","className":""}
https://twitter.com/FrxRealMadrid/status/1326214183474454528
/wp:core-embed/twitter

ତେବେ ନୀତା ଅମ୍ବାନୀ ଏମଆଇ ପ୍ଲେୟରଙ୍କୁ ସବୁ ବେଳେ ସମର୍ଥନ କରିଆସିଛନ୍ତି। ଜଣେ ମାଲିକଙ୍କ ଅହେତୁକ ସମର୍ଥନ ପାଇଁ ଖେଳାଳି ଭଲ ପ୍ରଦର୍ଶନ କରୁଥିବା ବେଳେ ଟାଇଟଲ୍‌ ଜିଣୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିବା ପଛରେ ନୀତା ଅମ୍ବାନୀଙ୍କ ମୁଖ୍ୟ ଭୂମିକା ଥିବା ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.