କରୋନା ସଙ୍କଟ ସମୟରେ ଲୋକଙ୍କ ସହାୟତା ପାଇଁ ଟ୍ରେଜେରି ଖୋଲି ଦେଇଛନ୍ତି ନିତା ଅମ୍ବାନୀ : ବିଶ୍ୱର ଶ୍ରେଷ୍ଠ ଦାନୀ ତାଲିକାରେ ଜଣେ ମାତ୍ର ଭାରତୀୟ

Published By : Prameya-News7 Bureau | June 21, 2020 IST

ମୁମ୍ବାଇ ୨୧/୦୬ : କରୋନା ଭାଇରସରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିତା ଅମ୍ବାନୀ ଦୁନିଆର ପ୍ରମୁଖ ସମାଜସେବୀଙ୍କ ତାଲିକାରେ ସାମିଲ ହୋଇଛନ୍ତି | ଆମେରିକାର ପ୍ରତିଷ୍ଠିତ ମାଗାଜିନ ଟାଉନ ଆଣ୍ଡ କଣ୍ଟ୍ରିର ୨୦୨୦ ପାଇଁ ଜାରି ହୋଇଥିବା ଏହି ତାଲିକାରେ ନିତା ଅମ୍ବାନୀ ଜଣେ ହିଁ ଭାରତୀୟ ସମାଜସେବୀ | ସେ ରିଲାଏନ୍ସ ଫାଉଣ୍ଡେସନର ମଧ୍ୟ ନେତୃତ୍ୱ ନେଇଛନ୍ତି |

ଲକଡାଉନ ସମୟରେ ସେ ସମାଜର ବିଭିନ୍ନ ବର୍ଗ ପାଇଁ ରିଲିଫ କାର୍ଯ୍ୟ, ଗରିବଙ୍କୁ ଖାଦ୍ୟ ବଣ୍ଟନ, ଦେଶର ପ୍ରଥମ କୋଭିଡ-୧୯ ହସ୍ପିଟାଲ ତିଆରି କରିବା ଭଳି କାମ କରିଥିବାରୁ ତାଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି |

{"id":289512,"sizeSlug":"large"}

ନିତା ଅମ୍ବାନୀଙ୍କ ସହିତ ଟାଉନ ଆଣ୍ଡ କଣ୍ଟ୍ରିର ଏହି ତାଲିକାରେ ଟିମ କୁକ, ଓପରା ବିନଫ୍ରେ, ଲରେନ ପାୱେଲ, ମାଇକଲ ବ୍ଲୁମବର୍ଗଙ୍କ ଭଳି ଅନେକ ହସ୍ତୀ ସାମିଲ ଅଛନ୍ତି | ମାଗାଜିନ ନିତା ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନ ଉପରେ ଫୋକସ କରି ଲେଖିଛି ଯେ ଲକଡାଉନ ସମୟରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇଛନ୍ତି | ଜରୁରୀକାଳୀନ ପାଣ୍ଠିରେ ୭.୨ କୋଟି ଡଲାର ଦାନ କରିଛନ୍ତି | ତାଛଡା ଭାରତର ପ୍ରଥମ କୋଭିଡ-୧୯ ହସ୍ପିଟାଲ ମଧ୍ୟ ତିଆରି ପାଇଁ ଆର୍ଥିକ ସହାୟତା କରିଥିଲେ |

ନିତା ଅମ୍ବାନୀ କହିଛନ୍ତି, ସଙ୍କଟ ସବୁବେଳେ ତତ୍କାଳ ରିଲିଫ, ସଂସାଧନ, ସରଳତା ଏବଂ ସବୁଠାରୁ ମହତ୍ଵପୂର୍ଣ୍ଣ କରୁଣା ଦାବି କରିଥାଏ | ରିଲାଏନ୍ସ ଫାଉଣ୍ଡେସନ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରି ସଙ୍କଟ ସମୟରେ ତତ୍କାଳ ପଦକ୍ଷେପ ନେବା ପାଇଁ ପୂର୍ବରୁ ହିଁ ପ୍ରସ୍ତୁତ ଥିଲା | ଅନ୍ତରାଷ୍ଟ୍ରୀୟ ସ୍ଥରରେ ତାଙ୍କ ପ୍ରୟାସକୁ ସମ୍ମାନ ଦିଆଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି |  

{"id":289513,"sizeSlug":"large"}

ଟାଉନ ଆଣ୍ଡ କଣ୍ଟ୍ରି ମାଗାଜିନ ପ୍ରତିବର୍ଷ ନିଜର ଗୋଟିଏ ଇସ୍ୟୁ ଦୁନିଆର ସମାଜସେବୀଙ୍କୁ ସମର୍ପିତ କରିଥାଏ | ଏଥିରେ ସେମାନଙ୍କୁ ସାମିଲ କରାଯାଇଥାଏ ଯେଉଁମାନେ ନିଜ କାମ, ପ୍ରତିବଦ୍ଧତା ଏବଂ ସରଳତା ମାଧ୍ୟମରେ ଦୁନିଆରେ ନିଜର ଛାପ ଛାଡ଼ିଥାନ୍ତି | ମାଗାଜିନରେ ଉଲ୍ଲେଖ ରହିଛି ଯେ, ଐତିହାସିକ ପରିସ୍ଥିତିରେ ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଥିବା ଲୋକଙ୍କ ନାଁ ଏହି ତାଲିକାରେ ସାମିଲ କରାଯାଇଛି | ଚଳିତବର୍ଷ ଏହି ତାଲିକାରେ ସାମିଲ ହୋଇଥିବା ହସ୍ତୀ ସାଧାରଣ ଜନତାଙ୍କ ମନରେ ଏକ ଆଶାର କିରଣ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.