ନିତା ଅମ୍ବାନୀଙ୍କ ଗୋଟେ ଦିନ ଖର୍ଚ୍ଚ କୋଟିଏ ଟଙ୍କା, ଜାଣନ୍ତୁ ନିତାଙ୍କ ଲାଇଫ ଷ୍ଟାଇଲ

Published By : Prameya-News7 Bureau | January 17, 2019 IST

wp:heading {"level":5}
ମୁମ୍ବାଇ୧୭|୧: ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନିତା ଅମ୍ବାନୀ ଲୋକଙ୍କ ମଧ୍ୟରେ ଖୁବ ଜଣା ଶୁଣା। ମୁକେଶ ଭାରତର ସବୁଠୁ ଧନୀ ବ୍ୟକ୍ତି। ନାଁ ଯେମିତି ଖର୍ଚ୍ଚ ମଧ୍ୟ ସେମିତି। ଅନେକ ଲୋକ ନିତା ଅମ୍ବାନୀଙ୍କ ଲାଇଫ ଷ୍ଟାଇଲ କେମିତି ବୋଲି ଭାବୁଥିବେ। ଜାଣନ୍ତୁ ନିତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ।
/wp:heading {"id":75015,"width":596,"height":372}
wp:heading {"level":5}
 ଭାରତୀୟ ମହିଳା ନିତା ଜଣେ ଶିଲ୍ପଦ୍ୟୋଗୀ। ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନଲ ସ୍କୁଲର ସଂସ୍ଥାପକ ଏବଂ ଅଧ୍ୟକ୍ଷା ମଧ୍ୟ ନିତା। ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀ ବିଶ୍ୱ ମହାବିଦ୍ୟାଳୟ କାଞ୍ଚିପୁରମରୁ ନିତା ଡକ୍ଟେରେଟ ହାସଲ କରିଛନ୍ତି। ଏହି ଉପାଧି ତାଙ୍କୁ ଶିକ୍ଷା, ସମାଜ ସେବା, ମାନବିକତା ଓ ପ୍ରେମ ପାଇଁ ମିଳିଛି। କେବଳ ଏତିକି ନୁହେଁ, ମୁମ୍ବାଇ ଇଂଡିୟନସ କ୍ରିକେଟ ଟିମ୍‌ର ସହ-ମାଲିକାଣି ମଧ୍ୟ ନିତା ଅମ୍ବାନୀ। ସେ ଅନେକ ସମାଜ ସେବୀ ସଂସ୍ଥା ସହ ଜଡିତ। ଭାରତର ସବୁଠୁ ଧନୀ ଏହି ବିଜ୍‌ନେସମ୍ୟାନଙ୍କ ସ୍ତ୍ରୀଙ୍କର ଗୋଟେ ଦିନର ଖର୍ଚ୍ଚ ଜାଣିଲେ ମୁଣ୍ଡ ଚକ୍କର ଖାଇଯିବ।
/wp:heading {"id":75016,"width":598,"height":336}
wp:heading {"level":5}
 ନିତାଙ୍କ ଜୀବନଯାପନ କୌଣସି ମହାରାଣିଙ୍କଠାରୁ କମ ନୁହଁ।  ପ୍ରତିଦିନ ସକାଳେ ନିତା ଚା ପିଇବାକୁ ଭଲ ପାଆନ୍ତି। ସାଧାରଣ ଚା ସେ ପିଅନ୍ତି ନାହିଁ। ତାଙ୍କ ଚାର ମୂଲ୍ୟ ୩ ଲକ୍ଷ ଟଙ୍କା। ନିତାଙ୍କୁ ବ୍ରାଣ୍ଡେଡ ବ୍ୟାଗ ଓ ୱାଚ ପସନ୍ଦ। ସେ କେବଳ ବୁଲଗେରୀ, କାର୍ଟିୟର, ରାଡୋ, ଗୁଚ୍ଚୀ ବ୍ରାଣ୍ଡର ୱାଚ୍‌ ପିନ୍ଧନ୍ତି  ଏବଂ ଚନେଲ, ଗୋୟାର୍ଡ ଓ ଜିମ୍ମି ଚୁ କେରି କେଲିୱନର ହାଣ୍ଡବ୍ୟାଗ ବ୍ୟବହାର କରନ୍ତି। ନିତା କେବଳ ଡାଇମଣ୍ଡ ପିନ୍ଧନ୍ତି। ତାଙ୍କ ହାଣ୍ଡବ୍ୟାଗରେ ମଧ୍ୟ ହୀରା ଲାଗିଥାଏ ଯାହାର ଦାମ ୫ ଲକ୍ଷ ଟଙ୍କା। ନିତା ସବୁବେଳେ ଡିଜାଇନର ଶାଢି ପିନ୍ଧନ୍ତି ଯାହାର ମୁଲ୍ୟ ୪୦ ଲକ୍ଷରୁ କମ ନଥାଏ। ଜୋତା ଓ ଡ୍ରେସ ନୀତାଙ୍କର ବେଶୀ ପସନ୍ଦ । ତେବେ କୌଣସି ଜୋଦା ବା ଡ୍ରେସ ଦ୍ବିତୀୟ ଥର ପିନ୍ଧନ୍ତି ନାହିଁ ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.