Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ପୁଣି ବଲିଉଡକୁ ଝଟକା : ପ୍ରସିଦ୍ଧ ଫିଲ୍ମ ନିର୍ଦେଶକ ନିଶିକାନ୍ତ କାମତଙ୍କ ୫୦ବର୍ଷ ବୟସରେ ପରଲୋକ

17/08/2020 at 12:44 PM

ମୁମ୍ବାଇ ୧୭/୮: ‘ମଦାରୀ’,‘ରକି ହ୍ୟାଣ୍ଡସମ୍’ ଏବଂ ‘ଦୃଶ୍ୟମ୍’ ଭଳି ଫିଲ୍ମର ନିର୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ ହୋଇଯାଇଛି। ସୋମବାର ସକାଳେ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୫୦ବର୍ଷ ବୟସ୍କ କାମତ ଲିଭର ସିରୋସିସ ନାମକ ରୋଗରେ ପୀଡ଼ିତ ଥିଲେ। ଏହି କାରଣରୁ ତାଙ୍କୁ ଜୁଲାଇ ୩୧ତାରିଖରେ ହାଇଦ୍ରାବାଦର ଗଚିବୋବଲି ସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କାମତ କାମଳ ଏବଂ ପେଟ ଯନ୍ତ୍ରଣାର ଅଭିଯୋଗ କରିଥିଲେ। ଯାଞ୍ଚ ପରେ ସେ କ୍ରୋନିକ୍ ଲିଭର ଡିସିଜ ଏବଂ ଆଉ କିଛି ସଂକ୍ରମଣ ବିଷୟରେ ଜଣା ପଡ଼ିଥିଲା। ଅଗଷ୍ଟ ୧୩ତାରିଖରେ ହସ୍ପିଟାଲ୍ ତରଫରୁ ଜାରି ହୋଇଥିବା ଆଧିକାରିକ ଷ୍ଟେଟମେଣ୍ଟରେ ତାଙ୍କୁ ବିପଦମୁକ୍ତ ଥିବା କୁହାଯାଇଥିଲା। ସେ ସେହି ସମୟରେ ମଧ୍ୟ ଆଇସିୟୁରେ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ।

କାମତ ୨୦୦୫ମସିହାରେ ମରାଠୀ ଫିଲ୍ମ ‘ଡୋମ୍ବିବଲି ଫାଷ୍ଟ’ରୁ ନିର୍ଦେଶନାରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସେହି ବର୍ଷ ସବୁଠୁ ବଡ଼ ହିଟ୍ ମରାଠୀ ଫିଲ୍ମରୁ ଗୋଟିଏ ଥିଲା। ଏହି ଫିଲ୍ମକୁ ବେଷ୍ଟ ଫିଚର ଫିଲ୍ମ ମରାଠୀର ନ୍ୟାସନାଲ୍ ଆଓ୍ବାର୍ଡ଼ ମଧ୍ୟ ମିଳିଥିଲା।

ବଲିଉଡରେ କାମତଙ୍କୁ ସବୁଠୁ ଅଧିକ ପ୍ରସିଦ୍ଧି ୨୦୧୫ମସିହାରେ ଆସିଥିବା ଅଜୟ ଦେବଗନ,ତବୁ ଏବଂ ଶ୍ରେୟା ସରଣଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ୍’ରୁ ମିଳିଥିଲା। ଚମତ୍କାର ନିର୍ଦେଶନା ହେବା ସହ ସେ ଦମଦାର ଅଭିନେତା ମଧ୍ୟ ଥିଲେ ଏବଂ ସେ ଅନେକ ଫିଲ୍ମରେ ଆକ୍ଟିଂ କରିଥିଲେ।

ସେ ‘ହାତ ଆନେ ଦେ’,‘ସତଚ୍ଚା ଆତ ଘରାତ’(ମରାଠୀ),‘୪୦୪ ଏରର ନାଟ ଫାଉଣ୍ଡ’,‘ରକି ହ୍ୟାଣ୍ଡସମ୍’,‘ଫୁଗେ’,‘ଡ୍ୟାଡି’,‘ଜୁଲି-୨’,‘ଭାବେଶ ଜୋଶୀ’ ଭଳି ଫିଲ୍ମ​‌ରେ ଅଭିନୟ କରି ସାରିଛନ୍ତି। ଏଥିମଧ୍ୟରୁ ୨୦୧୬ମସିହାରେ ଆସିଥିବା ନିଜ ଫିଲ୍ମ ‘ରକି ହ୍ୟାଣ୍ଡସମ୍’ରେ ସେ ଜନ୍ ଆବ୍ରାହମଙ୍କ ବିପକ୍ଷରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ସେ ଶେ​‌ଷ ଥର ହର୍ଷବର୍ଦ୍ଧନ କପୁର ଅଭିନୀତ ଫିଲ୍ମ ‘ଭାବେଶ ଜୋଶୀ’ରେ ନଜର ଆସିଥିଲେ।

   Related Posts