ଡ୍ରିମ୍ ୧୧ ଫ୍ୟାନକୋଡ୍ ପାଇଁ କମେଣ୍ଟ୍ରି କରିବେ କଟକର ନିଶାନ୍ତ ମାଜିଥିଆ, ଦିଆଯାଇଛି ୱେଷ୍ଟଇଣ୍ଡିଜ ବନାମ ଅଷ୍ଟ୍ରେଲିଆ ସିରିଜ୍ ଦାୟିତ୍ବ

Published By : Prameya-News7 Bureau | July 14, 2021 IST

ଭୁବନେଶ୍ବର ୧୪।୭: ୱେଷ୍ଟଇଣ୍ଡିଜ ବନାମ ଅଷ୍ଟ୍ରେଲିଆ T20I / ODI ମ୍ୟାଚ୍ ପାଇଁ ହିନ୍ଦୀରେ କମେଣ୍ଟ୍ରି କରିବାକୁ କ୍ରିକେଟ୍ ସମୀକ୍ଷକ ନିଶାନ୍ତ ମାଜିଥିଆଙ୍କୁ ଚୟନ କରାଯାଇଛି। କଟକର ମାଜିଥିଆ ଖୁବ୍ କମ୍ ବୟସରେ କ୍ରିକେଟ୍ ସମୀକ୍ଷକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ସେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ସିରିଜ୍ ପାଇଁ ଏକ ସରକାରୀ ପ୍ରସାରଣ ପ୍ୟାନେଲର ଅଂଶ ହୋଇପାରିଛନ୍ତି।

ଅଷ୍ଟ୍ରେଲିଆର ଓ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଡ୍ରିମ୍ ୧୧ର ଫ୍ୟାନ୍ କୋଡ୍ ର ପ୍ରସାରଣ ଅଧିକାର ରହିଛି । ୫ଟି ଟି-୨୦ ଏବଂ ୩ଟି ODI ପାଇଁ ମାଜିଥିଆଙ୍କୁ ହିନ୍ଦୀରେ କମେଣ୍ଟ୍ରି କରିବାର ଦାୟିତ୍ବ ଦିଆଯାଇଛି । ଭାରତୀୟ ଦର୍ଶକ ଫ୍ୟାନ୍ କୋଡ୍ ର ୱେବସାଇଟ୍ / ମୋବାଇଲ୍ ଆପ୍ଲିକେସନରେ ମ୍ୟାଚ୍ ଦେଖିପାରିବେ ଯେଉଁଥିରେ ମାଜିଥିଆ ଏବଂ ଗ୍ବାଲିଅରର ତାଙ୍କର ଜଣେ ସହଯୋଗୀ କମେଣ୍ଟ୍ରି ଦେଉଛନ୍ତି ।

ମାଜିଥିଆଙ୍କ ଅନୁସାରେ, ପ୍ରଡକ୍ସନ ଟିମ୍ ଦିଲ୍ଲୀରେ ଏବଂ ଟେକ୍ ସପୋର୍ଟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ଅଛନ୍ତି । ମହାମାରୀ ଯୋଗୁଁ ଆମେ ସମସ୍ତେ ଦୂରରୁ କାମ କରୁଛୁ ବୋଲି ସେ କହିଛନ୍ତି । ଏହି ସିରିଜ ଶେଷ ହେବା ପରେ ମାଜିଥିଆ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ ଗସ୍ତ ସମୟରେ କମେଣ୍ଟ୍ରି ଦେବେ ।

ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟ ସିରିଜ୍ ପାଇଁ ଫ୍ୟାନକୋଡ୍ ପାଖରେ ସରକାରୀ ପ୍ରସାରଣ ଅଧିକାର ରହିଛି । ମାଜିଥିଆ ୫ଟି ଟି-୨୦ ପାଇଁ ହିନ୍ଦୀରେ କମେଣ୍ଟ୍ରି କରିବେ । ଦର୍ଶକମାନେ ୱେବସାଇଟରେ କିମ୍ବା ମୋବାଇଲ୍ ଆପ୍ଲିକେସନରେ ମ୍ୟାଚ୍ ଦେଖିପାରିବେ ବୋଲି ସେ କହିଛନ୍ତି।

୧୨ ବର୍ଷ ବୟସରେ କଣେଣ୍ଟ୍ରି ଦେବା ଆରମ୍ଭ କରିଥିବା ମାଜିଥିଆ ଗତ ଏକ ବର୍ଷରୁ ଫ୍ୟାନକୋଡ୍ ସହିତ ଜଡିତ ଥିଲେ । ୨୦୨୦-୨୧ ମସିହାରେ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ବାରା ଆୟୋଜିତ ଓଡିଶାର ପୁରୁଷ ଏବଂ ମହିଳା କ୍ରିକେଟ୍ ଲିଗ୍ ପାଇଁ ମନ୍ତବ୍ୟ ଦେଇଥିଲେ । ଫ୍ୟାନକୋଡର ଥାଇ ସେ ଚଳିତ ବର୍ଷ ମାର୍ଚ୍ଚରେ କେରଳ କ୍ରିକେଟ୍ ଲିଗ୍ ପାଇଁ କମେଣ୍ଟ୍ରି ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.