ଛତିଶଗଡ଼ର Angel Priya : facebookରେ ଝିଅ ହୋଇ ଠକିସାରିଛି ୧୦ହଜାରରୁ ଅଧିକ ପୁଅଙ୍କୁ

Published By : Prameya-News7 Bureau | April 20, 2020 IST

ରାୟପୁର ୨୦/୪: ଛତିଶଗଡ଼ର ରାୟପୁର ଜିଲ୍ଲାରେ ସାଇବର ଠକଙ୍କ ଅଜବ ମାମଲା ସାମନାକୁ ଆସିଛି। ଏଠାରେ ଜଣେ ଯୁବକ ନକଲି ନାଁ ଜରିଆରେ ପାଖାପାଖି ୧୦ହଜାର ଲୋକଙ୍କୁ ବନାଇ ସାରିଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ନକଲି ପ୍ରୋଫାଇଲରେ ହଜାର ହଜାର ସଂଖ୍ୟାରେ ଫଲେଅର୍ସ ଅଛନ୍ତି,ଯେଉଁମାନଙ୍କ ମଧ୍ୟରେ ବ୍ୟବସାୟୀ,ପୋଲିସ୍ କର୍ମଚାରୀଙ୍କଠୁ ଆରମ୍ଭ କରି ସାମ୍ବାଦିକ ସାମିଲ ଅଛନ୍ତି।

ରାୟପୁରର ପୋଲିସ୍ ଅଧିକାରୀ କହିଛନ୍ତି ଯେ ସହରର କବୀର ନଗର ଥାନା ଅଞ୍ଚଳର ପୋଲିସ୍ ନକଲି ପ୍ରୋଫାଇଲ୍ ବନାଇ ସାମ୍ପ୍ରଦାୟିକ ମୁଦ୍ଦା ଉପରେ ବିବାଦୀୟ ଟିପ୍ପଣୀ କରିବା ଅଭିଯୋଗରେ ରବି ପୂଜାର(୩୧)କୁ ଗିରଫ କରିଛି। ଅଭିଯୁକ୍ତ ରବି ମହିଳାଙ୍କ ନାଁରେ ଫେସବକୁରେ ନକଲି ଆକାଉଣ୍ଟ କରୁଥିଲା ଏବଂ ସେଥିରେ ପାକିସ୍ତାନୀ ଯୁବତୀଙ୍କ ଫଟୋ ବ୍ୟବହାର କରୁଥିଲା। ରବି ଗୋଟିଏ ନକଲି ଆକାଉଣ୍ଟ ନିଶା ଜିନ୍ଦଲ ନାଁରେ କରିଥିଲା ଯେଉଁଥିରେ ତା’ର ୪୦୦୦ବନ୍ଧୁ ଏବଂ ୧୦,୦୦୦ ଫଲୋଅର୍ସ ଥିଲେ।

ଅଭିଯୁକ୍ତ ନିଶା ଜିନ୍ଦଲ ନାଁରେ ଥିବା ଫେକ୍ ଆକାଉଣ୍ଟରେ ନିଜକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ବଡ଼ ବିଶ୍ବ ସଙ୍ଗଠନର ସଦସ୍ୟ କହୁଥିଲା। ରବି ଗିରଫ ହେବା ପରେ ନିଶା ଜିନ୍ଦଲ୍ ଫେକ୍ ଆକାଉଣ୍ଟରେ ରବିର ଫଟୋ ପୋଷ୍ଟ କରାଗଲା ଏବଂ ସେଥିରେ ଲେଖାଯାଇଥିଲା ସେ ନିଶା ଜିନ୍ଦଲ୍ ଏବଂ ଏବେ ସେ ପୋଲିସ୍ ହେପାଜତରେ ଅଛି।

ରବି ଆଇଟି ଇଞ୍ଜିନିୟରିଂ ଛାତ୍ର ଏବଂ ସେ ୨୦୦୯ମସିହାରୁ ପାଠ ପଢ଼ୁଛି। କିନ୍ତୁ ଏବେ ଯାଏଁ ପାସ୍ ହୋଇନାହିଁ। ସେ ୨୦୧୨ମସିହାରୁ ନିଶା ଜିନ୍ଦଲ୍ ନାମକ ଫେକ୍ ଆକାଉଣ୍ଟ ଚଲାଉଥିଲା। ଏହା ବ୍ୟତୀତ ସେ ମହିଳାଙ୍କ ନାଁରେ ଆହୁରି ୫ଟି ଫେକ୍ ଆକାଉଣ୍ଟ କରିଥିଲା। ସେ ସୋସିଆଲ ମିଡିଆରେ ୧୩ରୁ ୧୪ଘଣ୍ଟା ସକ୍ରିୟ ରହୁଥିଲା। କିନ୍ତୁ ତା’ର କୌଣସି ଫେସବୁକ୍ ଆକାଉଣ୍ଟ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.