୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ, ଗିରଫ କଲା ଭିଜିଲାନ୍ସ
23/09/2019 at 7:43 PM

ନିଶ୍ଚିନ୍ତକୋଇଲି୨୩|୯: ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ଜିଗ୍ନିପୁର ଆର ଆଇ ଅଚ୍ୟୁତାନନ୍ଦ ସେଠୀ, କୈଳାସ ଚନ୍ଦ୍ର ସ୍ବାଇଁ ଙ୍କ ଜମି ମିଉଟେସନ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ୍ ଦ୍ଵାରା ଗିରଫ ହୋଇଛନ୍ତି ।ଆର ଆଇ ଅଚ୍ୟୁତାନନ୍ଦ ସେଠୀ ଙ୍କ ନିଜ ବାସଭବନ ହୀରାପୁର ଠାରେ ଭିଜିଲାନ୍ସ ର ଚଢ଼ାଉ ଜାରି ଅଛି।