ରାତାରାତି କୋଟିପତି ନିଶାରେ ଯବାନ ପାଲଟିଗଲେ ନିଶା ଦଲାଲ, ଧରାଇଦେଲେ ଗ୍ରାହକ

Published By : Prameya-News7 Bureau | January 07, 2021 IST

ଗୁରଗାଓଁ,୦୭/୦୧:  ଡ୍ରଗ୍ସ କାରବାରରେ ସେନାର ଯବାନ । ରାତାରାତି ଧନୀ ପାଲଟିବା ନିଶାରେ ଡ୍ରଗ୍ସ୍ କାରବାର କରୁଥିବା ସନ୍ଦୀପ କୁମାର ରାଠୀନାମକ ଜଣେ ଯବାନଙ୍କୁ ବୁଧବାର ରାତିରେ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହରିୟାଣାରେ ଗୁରଗାଓଁର ଅଟନ୍ତି। ତାଙ୍କ ସହ ଆଉଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୬୯ ଗ୍ରାମର ହେରୋଇନ୍ ଜବତ ହୋଇଛି ।

ଅଭିଯୁକ୍ତଜଣଙ୍କ ୨୦୧୪ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେନାରେ ଯୋଗ ଦେବାର କିଛି ସମୟ ପରେ ସେ କେଉଁ ଆଡେ ପଳାଇଥିଲେ । ଆଉ ଫେରିନଥିଲେ । ସେନା ଚାକିରୀ ଛାଡି ସେ ନିଶା କାରବାର ଆରମ୍ଭ କରିଦେଇଥିଲେ । ତେବେ କୁଲୁରେ ସେ ନିଶାଦ୍ରବ୍ୟ ସହ ଧରାପଡିଥିଲେ ।

ଏହାପୂର୍ବରୁ ପୋଲିସ ଜଣେ ଯୁବକ ଓ ଯୁବତୀଙ୍କୁ ହେରୋଇନ କାରବାରରେ ସଂପୃକ୍ତି ଅଭିଯୋଗରେ ଗିରଫ କରିଥିଲା ।ଏହି ଦୁଇ ଜଣେ ସେନାର ଏହି ଯବାନଙ୍କ ବାବଦରେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ତଦନ୍ତ କରି ଯବାନ ଓ ତାଙ୍କ ସହଯୋଗୀଙ୍କ କାରକୁ ଅଟକାଇଥିଲା ।  ଏହାପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।

ଅଭିଯୁକ୍ତ ଯବାନ କାହିଁକି ସେନା ଛାଡି ନିଶା କାରବାର କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସେ ଅଧିକ ଲୋଭ ଆଶାରେ ଏପରି କରୁଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.