ନିର୍ଭୟା ଦୋଷୀଙ୍କ ଭିତରୁ ଜଣେ ଏବେ ବି ଜୀବିତ... ତେବେ ସେହି କାଳରାତି ଓ ଦୋଷୀର କାରନାମା ନେଇ କଣ କୁହନ୍ତି ତା’ର ମାଆ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ, ୨୧|୦୨:  ନିର୍ଭୟା ଘଟଣାରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଆଉ ଜଣେ ଦୋଷୀ ଜେଲରେ ହିଁ ଆତ୍ମହତ୍ୟା କରିଛି। ତେବେ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ଆଉ ଜଣେ ରାକ୍ଷାସ ଏବେ ବି ବଞ୍ଚି ରହିଛି। ଯେଉଁ ସଇତାନମାନେ ଡିସେମ୍ବର ୧୬, ୨୦୧୨ ରାତିରେ ଏହି କାଣ୍ଡ ଘଟାଇଥିଲେ, ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିଲା। ତାକୁ ଦଣ୍ଡସ୍ୱରୂପ ସୁଧାର ଗୃହରେ ରଖାଯାଇଥିଲା। ସେଠାରୁ ବାହାରିବା ପରେ ସେ ଦକ୍ଷିଣ ଭାରତର କୌଣସି ରାଜ୍ୟରେ କାମ କରୁଛି। ତେବେ ତାଙ୍କ ମା ପୁଅ ଏପରି କରିଥିବା ବିଶ୍ୱାସ କରି ହେଉନାହିଁ ବୋଲି କହିଛନ୍ତି।

{"id":242099,"width":748,"height":499,"sizeSlug":"large"}

ଏହି ନାବାଳକ ସୁଧାର ଗୃହରୁ ବାହାରିବା ପରେ ଗ୍ରାମବାସୀ ତାକୁ ଗ୍ରାମକୁ ନ ଆସିବା ପାଇଁ କହିଥିଲେ। ଏପରିକି ତାକୁ ଗ୍ରାମରେ ପୁରାଇ ଦିଆଯିବ ନାହିଁ ବୋଲି ସେମାନେ କହିଥିଲେ। ଏବେ ସେ ଦକ୍ଷିଣ ଭାରଚର କୌଣସି ଏକ କାର୍ଯ୍ୟରେ କାମ କରୁଥିବା ସୂଚନା ମିଳିଛି। ଅପରାଧ ଭିଆଇବା ପରେ ପୋଲିସ ତଦନ୍ତ କରି ଏହି ଦୋଷୀର ବୟସ ୧୭ ବୋଲି ଜାଣିପାରି ଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ତା ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ ।

ସୂଚନାଯୋଗ୍ୟ, ଡିସେମ୍ବର ୧୬, ୨୦୧୨ ରେ ବିହାରର ୨୩ ବର୍ଷୀୟା ପାରାମେଡିକାଲ ଛାଚ୍ରୀଙ୍କ ସହ ଏକ ଚଳନ୍ତା ବସରେ ଗଣଦୁଷ୍କର୍ମ କରାଯାଇଥିଲା। ମୋଟ 6ଜଣ ଏହି କାଣ୍ଡ ଭିଆଇଥିଲେ। ୫ଜଣ ଦୋଷୀ ହେଲେ ରାମ ସିଂ, ବିନୟ, ପଓ୍ୱନ, ମୁକେଶ ଓ ଅକ୍ଷୟ । ତେବେ ଆଉ ଜଣେ ଦୋଷୀ ନାବାଳକ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.