"ମୋ ଝିଅ ଶାନ୍ତି ପାଇଛି, ମା' ହୋଇ ମୁଁ ଗର୍ବିତ"

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମାଲାରେ ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି । ଚାରି ଦୋଷୀ ରାମ ସିଂହ, ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମାଙ୍କୁ ଶୁକ୍ରବାର ଦିନ ତିହାର ଜେଲର ୩ ନମ୍ବର ସେଲରେ ଥିବା ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି । ଭୋର ୫ଟା ୩୦ରେ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ତେବେ ଚାରି ଦୋଷୀଙ୍କ ଓକିଲ ଫାଶୀକୁ ଟାଳିବା ପାଇଁ ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ସେ ସେଥିରେ ଅସଫଳ ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ଆଶ୍ବସ୍ତି ମିଳିନଥିବା ବେଳେ ସୁପ୍ରିମକୋର୍ଟ ଚାରି ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟକୁ କାୟମ ରଖିଥିଲେ । ଯାହାଫଳରେ ସମସ୍ତ ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି । ସେପଟେ ଚାରି ଜଣ ଦୋଷୀଙ୍କୁ ଫାଶୀ ମିଳିବା ପରେ ନିର୍ଭୟାର ମା’ ଆଶାଦେବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ନିର୍ଭୟାଙ୍କ ମାଆ କହିଛନ୍ତି ଯେ, ଆଜି ମୋ ଝିଅକୁ ନ୍ୟାୟ ମିଳିଛି । ନିଜର ଝିଅକୁ ତ ବଞ୍ଚାଇପାରିଲିନି କିନ୍ତୁ ତାକୁ ନ୍ୟାୟ ମିଳିଛି । ମୋ ଝିଅ ବଞ୍ଚିଥିଲେ ଜଣେ ଡାକ୍ତର ହୋଇଥାନ୍ତି । କିନ୍ତୁ ଏବେ ସାଧାରଣ ଲୋକେ ମୋତେ ନିର୍ଭୟାର ମା ବୋଲି କହିବେ । ଯାହା ମୋ ପାଇଁ ଗର୍ବର ବିଷୟ । ମୋ ଲଢେଇ ସରିନାହିଁ , ଆଗକୁ ଆହୁରି ଲଢେଇ ରହିବାର ଅଛି । ଦେଶରର ଝିଅମାନଙ୍କ ପାଇଁ ମୋର ସଂଘର୍ଷ ଜାରି ରହିବ । ଆଜି ପରେ ଦେଶର ଝିଅମାନେ ନିଜେ ନିଜକୁ ସୁରକ୍ଷିତ ମନେ କରିବ ।

{"id":241431,"width":755,"height":419,"sizeSlug":"large"}

ଝିଅର ଫଟୋକୁ କୁଣ୍ଡାଇ ଧରି ସେ କହିଛନ୍ତି, ଆଜି ନ୍ୟାୟ ମିଳିଛି । ନିଜର ଝିଅକୁ ନେଇ ଗର୍ବ କରୁଛି । ଆଜି ଯଦି ସେ ଏଠାରେ ଉପସ୍ଥିତ ଥାଆନ୍ତା, ମୁଁ ଜଣେ ଡାକ୍ତରଙ୍କ ମା’ ଭାବେ ପରିଚିତ ହୋଇଥାନ୍ତି । ଗଣମାଧ୍ୟମ ଆଗରେ ଆଶା ଦେବୀ ଭାବୁକ ହୋଇଯାଇଥିଲେ । ସେ କହିଛନ୍ତି, ଦେଶବ୍ୟାପି ମହିଳାଙ୍କୁ ଅପିଲ କରୁଛି, କୌଣସି ଝିଅଙ୍କ ସହିତ ଅନ୍ୟାୟ ହେଉଥିଲେ, ଏହା ସହିତ ମୁଁ ଅଛି । ଇତିହାସରେ ପ୍ରଥମ ଥର ପାଇଁ ୪ ଜଣ ଦୋଷୀଙ୍କୁ ଏକକାଳୀନ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି । ମୋର ଝିଅକୁ ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଛି । ଦେଶର ନ୍ୟାୟ ବ୍ୟବସ୍ଥାକୁ ଧନ୍ୟବାଦ ଜଣାଉଛି । ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀମାନେ ବିଭିନ୍ନ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି । ଚାରି ଜଣ ଦୋଷୀଙ୍କୁ ଫାଶୀ ମିଳିବା ପରେ ତିହାର ଜେଲ ବାହାରେ ଓ ଆଶା ଦେବୀଙ୍କ ଘର ବାହାରେ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.