୨୦ ତାରିଖ ସକାଳ ସାଢେ ୫ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ, ଜାରି ହେଲା ୪ର୍ଥ ଡେଥ୍ ଓ୍ବାରେଣ୍ଟ

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୫।୩: ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ଦିନ ଦିଆଯିବ ମୃତ୍ୟୁଦଣ୍ଡ । ଗୁରୁବାର ଦିଲ୍ଲୀ କୋର୍ଟ ସାନି ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ଏହି ଡେଥ୍ ଓ୍ବାରେଣ୍ଟ ଅନୁଯାୟୀ ୨୦୧୨ ଡିସେମ୍ବରର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ୨୦ ତାରିଖ ସକାଳ ୫ଟା ୩୦ ମିନିଟ୍ ରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାକୁ ଡେଥ୍ ଓ୍ବାରେଣ୍ଟରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପଟିଆଲା ହାଉସ୍ କୋର୍ଟ ଜାରି କରିଥିବା ଏହି ଡେଥ୍ ଓ୍ବାରେଣ୍ଟ ନିର୍ଭୟା ଦୋଷୀଙ୍କ ଲାଗି ୪ର୍ଥ ଡେଥ୍ ଓ୍ବାରେଣ୍ଟ ।

{"id":232990,"sizeSlug":"large"}

ପୂର୍ବରୁ ଜାରି ୩ଟି ଡେଥ୍ ଓ୍ବାରେଣ୍ଟ ଦୋଷୀମାନଙ୍କ ବିଭିନ୍ନ ଆଇନଗତ ପଦକ୍ଷେପ ଯୋଗୁଁ ଟଳିଥିଲା । ସମସ୍ତ ଆଇନଗତ ବିକଳ୍ପର ଉପଯୋଗ ଆଳରେ ଦୋଷୀମାନଙ୍କ ଓକିଲ ବିଭିନ୍ନ ଅଦାଲତରେ ଏକାଧିକ ଆବେଦନ କରିଥିଲେ । ୪ ଦୋଷୀ, ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂ ରାଷ୍ଟ୍ରପତିଙ୍କ ନିକଟରେ ଭିନ୍ନ ଭିନ୍ନ ସମୟରେ କରିଥିବା କ୍ଷମା ପ୍ରାର୍ଥନା ଆବେଦନ ଖାରଜ ହୋଇଥିବା ବେଳେ ସେମାନଙ୍କର ଆଇନଗତ ବିକଳ୍ପ ଗୁଡିକ ମଧ୍ୟ ଶେଷ ହୋଇଛି । ତେଣୁ ଏବେ ୪ର୍ଥ ଡେଥ୍ କାର୍ଯ୍ୟକାରୀ ହେବା ସମ୍ଭାବନା ସବୁଠୁ ଅଧିକ ।

{"id":232989,"sizeSlug":"large"}

୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଦକ୍ଷିଣ ଦିଲ୍ଲୀରେ ଘଟିଥିଲା ସେହି ନାରକୀୟ କାଣ୍ଡ । ଏକ ଚଳନ୍ତା ବସରେ ଫିଜିଓଥେରାପି ଛାତ୍ରୀ ଜଣଙ୍କୁ ଗଣ ଦୁଷ୍କର୍ମ ପରେ  ମରଣାନ୍ତକ ଆକ୍ରମଣ କରିଥିଲେ ୬ ଜଣ ଦୁର୍ବୃତ୍ତ ।  ସେହି ୬ ଜଣଙ୍କ ମଧ୍ୟରୁ  ରାମ ସିଂ ଜେଲ୍‌ ଭିତରେ ଆତ୍ମହତ୍ୟା  କରିଥିଲା । ନାବାଳକ  ଅଭିଯୁକ୍ତ  ଦୋଷୀ ଘୋଷିତ ହୋଇଥିଲେ ବି  ବାଲ୍ ସ୍ବଧାର କେନ୍ଦ୍ରରେ  ୩ ବର୍ଷ  ରହିବାପରେ ମୁକ୍ତ ହୋଇଛି ।ତେବେ ୨୦୧୫ ରେ ମୁକ୍ତି ସମୟରେ ତାକୁ ୨୦ ବର୍ଷ ହୋଇଥିଲେ ବି ତାକୁ ଆକ୍ରମଣ ଆଶଙ୍କାରେ ଏକ ଅଜ୍ଞାତ ସ୍ଥାନକୁ ପଠାଇ ଦିଆଯାଇଛି । ୨୦୧୩ ରେ ସ୍ପେଶାଲ  ଫାଷ୍ଟ ଟ୍ରାକ୍‌ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ , ସେହି ବର୍ଷ ସେପ୍ଟେମ୍ବରରେ ୪ ଦୋଷୀ ମୁକେଶ, ବିନୟ, ଅକ୍ଷୟ ଓ ପୱନକୁ ମୃତ୍ୟୁ ଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପରେ ତାହା ବିଭିନ୍ନ କୋର୍ଟରେ ଚ୍ୟାଲେଞ୍ଜ ପରେ ସୁପ୍ରିମ କୋର୍ଟରେ କାଏମ ରହିଥିଲା ।    

{"id":232988,"sizeSlug":"large"}

ପ୍ରଥମେ ୪ ଦୋଷୀ ମୁକେଶ, ବିନୟ, ଅକ୍ଷୟ ଓ ପୱନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ ଅତିରିକ୍ତସେସନ୍ସ ଜଜ୍‌ । ଗତ ଜାନୁଆରୀ ୭ ତାରିଖରେ ପ୍ରଥମ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା ଓ ସେଥିରେ ଜାନୁଆରୀ ୨୨ ତାରିଖକୁ ଫାଶୀ ଧାର୍ଯ୍ୟ ହୋଇଥିଲା । କିନ୍ତୁ ସେହି ତାରିଖ ସ୍ଥଗିତ ରହିଛି । ପରେ ଫେବୃଆରୀ ୧ ତାରିଖରେ ଫାଶୀ ଦଣ୍ଡ କାର୍ଯ୍ୟକାରିତା ଉପରେ କୋର୍ଟେ ରୋକ୍‌ ଲଗାଇଥିଲେ । ସେହିଭଳି ତୃତୀୟ ଡେଥ୍ ଓ୍ବାରେଣ୍ଟ ମଧ୍ୟ ଫେଲ୍ ମାରିଥିଲା ଏବଂ ମାର୍ଚ୍ଚ ୩ର ଫାଶୀ ଟଳିଥିଲା । ଏବେ ୪ର୍ଥ ଡେଥ୍ ଓ୍ବାରେଣ୍ଟରେ ୨୦ତାରିଖ ଦିନ ଭୋର ୫ଟା ୩୦ମିନିଟ୍ କୁ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.