Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନିର୍ଭୟା ମାମଲା: ଫେଲ୍ ମାରିଲା ଦୋଷୀ ମୁକେଶର ଆଉ ଏକ ଚାଲ, ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

16/03/2020 at 3:44 PM

ନୂଆଦିଲ୍ଲୀ, ୧୬|୦୩:   ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅନ୍ୟତମ ଦୋଷୀ ମୁକେଶର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ମୁକେଶ ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ସୋମବାର ଏହି ଆବେଦନର ଶୁଣାଣି କରିଥିଲେ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମୁକେଶର ଆବେଦନ ଶୁଣାଣି କରିବା ପାଇଁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୃନ୍ଦା ପ୍ରଥମେ ମୁକେଶର କେସ ଲଢୁଥିଲେ।

ବୃନ୍ଦା ଗ୍ରୋଭରଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନ କେବଳ ଫାଶୀଦଣ୍ଡରୁ ଖସିବା ପାଇଁ ବୋଲି କୁହାଯାଉଛି। ମୁକେଶ ବୃନ୍ଦାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ରଚିବା ଓ ଧୋକା ଦେବା ଅଭିଯୋଗ କରିଛନ୍ତି।

ମୁକେଶ ଏହି ଆବେଦନରେ ସିବିଆଇ ତଦନ୍ତ ଦାବି କରିଥିଲା। ଏଠାରେ କହିରଖୁଛୁ, ପଟିଆଲା ହାଉସ କୋର୍ଟ ନିର୍ଭୟା ମାମଲାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି। ଡେଥ୍ ଓ୍ୱାରେଣ୍ଟରେ ମାର୍ଚ୍ଚ ୨୦ରେ ଫାଶୀ ଦିଆଯିବା ନେଇ ଦିନ ଧାର୍ଯ୍ୟ ହୋଇଛି।

ଏହା ମଧ୍ୟରେ ସମସ୍ତ ୪ ଦୋଷୀ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି। ଦୋଷୀଙ୍କ ମା, ବାପା, ଭାଇ ଓ ଭଉଣୀ ମଧ୍ୟ ଇଚ୍ଛା ମୃତ୍ୟୁ ମାଗିଛନ୍ତି।

   Related Posts