ମୃତ୍ୟୁର ୭ ଦିନ ପୂର୍ବରୁ ମାଆଙ୍କୁ ଶେଷ ଇଚ୍ଛା କହିଥିଲେ ନିର୍ଭୟା, ଯାହା ଶୁଣିଲେ ଛାତି ଥରି ଉଠିବ ନିଶ୍ଚୟ…
23/03/2020 at 9:17 PM

ନୂଆଦିଲ୍ଲୀ,୨୩।୩: ନିର୍ଭୟା ମୃତ୍ୟୁର ୭ ଦିନ ପୂର୍ବରୁ ମାଆ ଆଶାଦେବୀଙ୍କୁ ନିଜର ଶେଷ ଇଚ୍ଛା ପ୍ରକାଶ କରିଥିଲେ। ଆଶାଦେବୀଙ୍କ ଏକ ଚିଠିରୁ ଏକଥା ସାମ୍ନାକୁ ଆସିଛି। ମୃତ୍ୟୁର କିଛି ଦିନ ପୂର୍ବରୁ ନିର୍ଭୟାଙ୍କ ସ୍ଥିତି ଅତି ଖରାପ ହୋଇଥିଲା। ଫଳରେ ସେ କଥା କହିପାରୁ ନଥିଲେ। ତେଣୁ ସେ ମାଆଙ୍କୁ କାଗଜରେ ଲେଖି ନିଜର ମନ କଥା ପ୍ରକାଶ କରୁଥିଲେ।
ମୃତ୍ୟୁର ୪ ଦିନ ପୂର୍ବରୁ ସେ ମାଆଙ୍କୁ କାଗଜରେ ଲେଖି ସେ କଣ ଚାହାଁନ୍ତି କହିଥିଲେ। ଏକ କାଗଜରେ ସେ ପଶୁଙ୍କ ସ୍ପର୍ଶକୁ ଧୋଇବା ପାଇଁ ଗାଧୋଇବାକୁ ଚାହୁଁଥିବା କହିଥିଲେ। ନିର୍ଭୟା ମାଆଙ୍କୁ କହିଥିଲେ, ସେ ଝରଣା ପାଣିରେ ଅନେକ ଦିନ ହେବ ଗାଧୋଇ ନାହାଁନ୍ତି। ଦୁଷ୍କର୍ମକାରୀମାନେ ସ୍ପର୍ଶ କରିବା କାରଣରୁ ସେ ନିଜ ଶରୀରକୁ ଘୃଣା କରୁଛନ୍ତି। ମାଆଙ୍କୁ କୁଆଡେ ନଯିବାକୁ ସେ ନିବେଦନ କରିଥିଲେ। ଏପରିକି ତାଙ୍କୁ ଡର ଲାଗୁଥିବା ମଧ୍ୟ ସେ କହିଥିଲେ।
ସୂଚନାଯୋଗ୍ୟ, ନିର୍ଭୟାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ବିଦେଶ ପଠାଯାଇଥିଲା। ସେହି ସମୟରେ ଦେଶବାସୀ ନିର୍ଭୟା ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ। ଚିକିତ୍ସିତ ହେଇଥିବା ଅବସ୍ଥାରେ ନିର୍ଭୟାଙ୍କ ଶରୀରର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ସେ କଥା କହିପାରୁ ନଥିଲେ। ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭବ ହେଉଥିଲା। ଶେଷରେ ସେ ୨୦୧୨ ଡିସେମ୍ବର ୨୯ ତାରିଖରେ ପ୍ରାଣ ତ୍ୟାଗ କରିଥିଲେ।