Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

୧୨.୩୦ରେ ପ୍ରେସ୍ କନଫରେନ୍ସ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ : ଘୋଷଣା କରିବେ ଆଉ ଏକ ପ୍ୟାକେଜ

12/11/2020 at 10:54 AM

ନୂଆଦିଲ୍ଲୀ ୧୨/୧୧: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଏକ ପ୍ରେସ୍ କନଫରେନ୍ସ ସମ୍ବୋଧିତ କରିବେ। ନିର୍ମଳା ଦ୍ବିପ୍ରହର ୧୨.୩୦ରେ ଏହି ପ୍ରେସ୍ କନଫରେନ୍ସ କରିବେ। ସୂଚନା ଅନୁଯାୟୀ ଅର୍ଥ ମନ୍ତ୍ରୀ ଆଉ ଏକ ରିଲିଫ ପ୍ୟାକେଜ ଘୋଷଣା କରିବେ। ଏହି ପ୍ୟାକେଜରେ ଅର୍ଥମନ୍ତ୍ରୀ ରୋଜଗାର ବଢ଼ାଇବା ଉପରେ ଗୁରୁତ୍ବ ଦେବେ। ସେ ଅର୍ଥବ୍ୟବସ୍ଥାକୁ ଲାଇନରେ ଆଣିବା ପାଇଁ ୧.୫ହଜାର କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରି ପାରନ୍ତି।

କେନ୍ଦ୍ର ସରକାର ପରବର୍ତ୍ତୀ ପ୍ରୋତ୍ସାହନ ପ୍ୟାକେଜରେ ପିଏଫ ସବସିଡି ଦେବାର ଘୋଷଣା କରିପାରେ। ଏହି ସବସିଡି କର୍ମଚାରୀ ଏବଂ ରୋଜଗାର ଦେଉଥିବା କମ୍ପାନୀ ଉଭୟ ପାଇଁ ୧୦ପ୍ରତିଶତ ପିଏଫ ଭା​‌ବେ ହୋଇପାରେ। କେନ୍ଦ୍ର ସରକାର ମାର୍ଚ୍ଚ ୩୧ରେ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନାକୁ ବନ୍ଦ କରି ଦେଇଥିଲା। ଏବେ ସରକାର ଏହି ଯୋଜନାକୁ ପୁଣି ଥରେ ଆରମ୍ଭ କରିବାକୁ ଯୋଜନା କରୁଛି।

ଏହି ପ୍ୟାକେଜ ୧୦ଟି କ୍ଷେତ୍ରରେ ନିର୍ମାତାଙ୍କ ପାଇଁ ୫ବର୍ଷରେ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଘୋଷଣା କରିପାରେ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ୟାବିନେଟ୍ ଏହା ସୁନିଶ୍ଚିତ କରିବା ପାଇଁ ଅଧିକ ପିଏଲଆଇ କରିବାର ନିଷ୍ପତ୍ତି ନେଇଛି ଯେ ରୋଜଗାରକୁ ସୂଜନ କରାଯାଇପାରୁ।  

   Related Posts