Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ରାହୁଲ ଗାନ୍ଧୀ ‘ଗାଳିଗୁଲଜ ଗ୍ୟାଙ୍ଗ’ର ଲିଡର ବୋଲି କହିଲେ ନିର୍ମଳା ସୀତାରମଣ

12/04/2019 at 5:19 PM

ନୂଆଦିଲ୍ଲୀ ୧୨/୪ : ଲୋକସଭା ନିର୍ବାଚନ ମହାସଂଗ୍ରାମ ବର୍ତ୍ତମାନ ଚରମ ସୀମାରେ ରହିଛି | କଂଗ୍ରେସ ଓ ବିଜେପି ଲଗାତାର ପରସ୍ପରକୁ ଟାର୍ଗେଟ କରିଚାଲିଛନ୍ତି | ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି | ଇତି ମଧ୍ୟରେ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛି | ରାହୁଲ କୌଣସି ପ୍ରମାଣ ବିନା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମିଛ ଆରୋପ ଲଗାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି |

ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବ ପରେ ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ମୁଖତାର ଅବାସ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ମିଛ କାରଖାନା ଚଳାଇଛି | ଏହି କାରଖାନାରେ ସତ ପାଇଁ କୌଣସି ଜାଗା ନାହିଁ |

Union Minister Mukhtar Abbas Naqvi after BJP delegation met EC: Rahul Gandhi has crossed all limits by using such level of unparliamentary language for PM. He’s chief of Congress’s ‘gaali gang.’ Have demanded action be taken against his statements, which aren’t based on facts. pic.twitter.com/vtwuL9o8Rg— ANI (@ANI) April 12, 2019

ମୁଖତାର କହିଛନ୍ତି ଯେ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି | ରାହୁଲ ସମସ୍ତ ସୀମା ପାର କରି ସାରିଛନ୍ତି | ସେ କଂଗ୍ରେସର ଗାଳି ଗ୍ୟାଙ୍ଗର ଲିଡର | ନିର୍ବାଚନ ଆୟୋଗ ରାହୁଲଙ୍କ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି | ଦେଶର ସବୁଠାରୁ ପୁରୁଣା ଦଳର ଅଧ୍ୟକ୍ଷ କୌଣସି ପ୍ରମାଣ ବିନା ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଆରୋପ ଲଗାଉଛନ୍ତି |

ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶଏଅ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଉପରେ ମଧ୍ୟ ମନ୍ତବ୍ୟ ଦେଉଛନ୍ତି | ପୂର୍ବାଂଚଳ ସେନା ଦ୍ୱାରା ରାଷ୍ଟ୍ରପତିଙ୍କୁ ଲେଖା ଯାଇଥିବା ଚିଠି ଉପରେ ନିର୍ମଳା କହିଛନ୍ତି ଯେ, ବରିଷ୍ଠ ଅଫିସର ଚିଠି ନ ଲେଖିଥିବା କହିଛନ୍ତି | ରାଷ୍ଟ୍ରପତି ଭବନ ମଧ୍ୟ ଚିଠିକୁ ଅସ୍ବୀକାର କରିଛନ୍ତି |

Nirmala Sitharaman on purported letter to Pres signed by Armed Forces veterans: Two senior officers said they have not given consent,worrying that fake letters being signed by vested groups.Condemnable. Rashtrapati Bhawan has also said that they have not received the letter. pic.twitter.com/7CqHmAcvA9— ANI (@ANI) April 12, 2019

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଏକ ଚିଠି ସାମ୍ନାକୁ ଆସିଥିଲା | ଚିଠିରେ ପାଖାପାଖି ୧୫୬ ସେନା କର୍ମଚାରୀଙ୍କ ଦସ୍ତଖତ ଥିବା କୁହାଯାଇଥିଲା | ଚିଠି ରାଷ୍ଟ୍ରପତି ଏବଂ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା | କିଛି ରାଜନୈତିକ ଦଳ ନିର୍ବାଚନ ପାଇଁ ଭାରତୀୟ ସେନାକୁ ବ୍ୟବହାର କରି ଯବାନଙ୍କୁ ଅପମାନିତ କରୁଛନ୍ତି ବୋଲି ଚିଠିରେ କୁହାଯାଇଥିଲା |

କିନ୍ତୁ କିଛି ସମୟରେ ପୂର୍ବାଂଚଳ ସେନା ବୟାନ ଦେଇଥିଲେ ଯେ, ସେମାନେ କୌଣସି ଚିଠି ଲେଖି ନାହାନ୍ତି କି ଚିଠିରେ ଦସ୍ତଖତ କରିନାହାନ୍ତି | କିନ୍ତୁ କିଛି ଅଫିସର ଏହାକୁ ସମର୍ଥନ କରିଛନ୍ତି | ଚିଠି ସମ୍ପର୍କରେ ଜଣାପଡିବା ପରେ କଂଗ୍ରେସ ବିଜେପି ବିରୋଧରେ କହିଥିଲା | କଂଗ୍ରେସ ଏନେଇ ଟ୍ୱିଟ ମଧ୍ୟ କରିଥିଲା | କଂଗ୍ରେସ କହିଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦି ସେନା ନାଁରେ ଭୋଟ ମାଗୁଛି | କିନ୍ତୁ ସେନା ଦେଶର ବିଜେପିର ନୁହେଁ ବୋଲି କହିଥିଲା କଂଗ୍ରେସ |

   Related Posts