"ଉରୀ,ଦ ସର୍ଜିକାଲ ଷ୍ଟ୍ରାଇକ" ଫିଲ୍ମ ଦେଖି ଉତ୍ସାହିତ ହୋଇଗଲେ ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ; ଫିଲ୍ମ ଦେଖି ଦର୍ଶକଙ୍କୁ ପଚାରିଥିଲେ ‘How’s the Josh’ : ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | January 28, 2019 IST

ବାଙ୍ଗାଲୁରୁ ୨୮/୧ : ଭିକି କୌଶଳଙ୍କ ଫିଲ୍ମ "ଉରୀ,ଦ ସର୍ଜିକାଲ ଷ୍ଟ୍ରାଇକ" ବକ୍ସ ଅଫିସରେ ଧମକ କରିଚାଲିଛି | ଫିଲ୍ମ ଏପର୍ଯ୍ୟନ୍ତ ୧୫୦ କୋଟି ଆୟ କରିସାରିଛି | ଫିଲ୍ମ ରିଲିଜ ହୋଇ ୧୭ ଦିନ ହେଲାଣି ତଥାପି ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଜାରି ରହିଛି | ଫିଲ୍ମଟି ୨୦୧୬ ମସିହାରେ ହୋଇଥିବା ସର୍ଜିକାଲ ଷ୍ଟିକ ଉପରେ ଆଧାରିତ |

{"id":79201}

ଦେଶର ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଜାନୁଆରୀ ୨୭ ତାରିଖରେ ଉରୀ ଦେଖିବାକୁ ଯାଇଥିଲେ | ଦେଶଭକ୍ତି ଉପରେ ଅଦ୍ଯରିତ ଫିଲ୍ମ ନିର୍ମଳାଙ୍କୁ ଥିଏଟରକୁ ଟାଣିଆଣିଥିଲା |

{"id":79195}

ଫିଲ୍ମ ଦେଖି ସରିବାପରେ ରକ୍ଷାମନ୍ତ୍ରୀ ଜୋସରେ ଆସି ବଡ ପାଟିରେ ଚିଲ୍ଲାଇ ଦର୍ଶକଙ୍କୁ ପ୍ରଶ୍ନ କରିଥିଲେ ‘How’s the Josh’ ? ରକ୍ଷାମନ୍ତ୍ରୀଙ୍କ ପ୍ରଶ୍ନର ଜବାବରେ ଥିଏଟରରେ ଉପସ୍ଥିତ ଦର୍ଶକ ମଧ୍ୟ ଜୋସରେ ଆସି ଜବାବ ଦେଇଥିଲେ “High, Sir!” | ନିର୍ମଳା ଯେତେବେଳେ ସିନେମା ହଲକୁ ପ୍ରବେଶ କରିଥିଲେ ସେତେବେଳେ "ଭାରତ ମତ କି ଯେ"ନର ଲଗାଇଥିଲେ ଏବଂ ଏହାର ଭିଡିଓ ମଧ୍ୟ ରେକଡିଂ କରିଥିଲେ |

{"id":79196}

ଫିଲ୍ମ ଦେଖିସାରିବା ପରେ ନିର୍ମଳା ଟ୍ୱିଟ କରିଥିଲେ ଯେ, "ହ୍ବାଟ ଏ ପାୱାର ପେକଡ଼ ମୁଭି " ଭିକି କୌଶଳ, ୟାମୀ ଗୌତମ, ପରେସ ରାୱଲ, ମୋହିତ ରାଇନା ଫିଲ୍ମରେ ବହୁତ ଭଲ କାମ କରିଛନ୍ତି ବୋଲି କହିଥିଲେ ନିର୍ମଳା | ସିନେଲା ହଲର ଏନଏରଜି ରିଚାର୍ଜ କରିଦେଲା ବୋଲି କହିଥିଲେ ନିର୍ମଳା |

{"id":79197,"width":586,"height":328}


ଉରୀ ଫିଲ୍ମର ଏହି ଡାଇଲଗ ଲୋକଙ୍କୁ ବହୁତ ପସନ୍ଦ ହୋଇଛି | ଏହି ଡାଇଲଗକୁ ପୁରା ଜୋସରେ କହୁଥିବା ବହୁତ ଜାଗାରେ ଦେଖିବାକୁ ମିଳିଛି | ଏପରିକି ଗଣତନ୍ତ୍ର ଦିବସ ଅବସରରେ ଭାରତ ପାକିସ୍ତାନ ବାଘା ବର୍ଡ଼ରରେ ମଧ୍ୟ ଭିକି କୌଶଳ ଏହି ଡାଇଲଗର ନର ଲଗାଇଥିଲେ |

{"id":79198}

ଯେଉଁଠି ଦର୍ଶକ ଅତ୍ୟନ୍ତ ଜୋସର ସହ ଜବାବ ମଧ୍ୟ ରଖିଥିଲେ | ଅଭିନେତା ବରୁଣ ଧାୱନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ | ବରୁଣ ଧାୱନ ବାଘା ବର୍ଡ଼ରରେ ନିଜର ଦଂଡାର ପରଫରମନ୍ସ ଦେଖାଇଥିଲେ |

{"id":79200,"width":585,"height":325}

ଗଣତନ୍ତ୍ର ଦିବସ ଭଳି ଏକ ବିଶେଷ ଦିନରେ ଉରୀର ଅଭିନେତା ଅଭିନେତ୍ରୀଙ୍କୁ ଦର୍ଶକଙ୍କ ମଧ୍ୟରେ ଦେଖି ଜୋସ ଦୁଇ ଗୁଣ ବଢିଯାଇଥିଲା |

{"id":79199}
wp:quote

How’s the josh?! pic.twitter.com/8hxuCxt0P5
— Nirmala Sitharaman (@nsitharaman) January 27, 2019

/wp:quote

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.