ନିର୍ବାଚନ ଆଚାରଣ ବିଧି ଲାଗୁ ହେଲାପରେ ପ୍ରତିରକ୍ଷାମନ୍ତ୍ରୀ ହେଲେ ହଟହଟା
11/03/2019 at 4:04 PM

ଗତ କାଲି ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହି ଘୋଷଣା ପରେ ପୁରା ଦେଶରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି। ଏହି କାରଣରୁ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅସୁବିଧାର ସାମ୍ନା କରିଥିଲେ।

ନିର୍ମଳା ସୀତାରମଣ ଗତକାଲି ତାମିଲନାଡୁର ଏକ ସ୍ଥାନରେ ଅନୁଷ୍ଠିତ ହେଉଥିବା ଉତ୍ସବରେ ଯୋଗ ଦେବାପାଇଁ ସ୍ବତନ୍ତ୍ର ବିମାନଯୋଗେ ଯାଇଥିଲେ । କାର୍ଯ୍ୟକ୍ରମ ଚାଲଥିବାବେଳେ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥିଲେ । ପରଂପରା ଅନୁସାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ । ଫଳରେ ନିର୍ମଳା ଙ୍କୁ ଛାଡି ସ୍ବତନ୍ତ୍ର ବିମାନଟି ଚାଲିଯାଇଥିଲା । ସେ ନିଜ ବ୍ୟବସ୍ଥାରେ ଫେରିଥିଲେ ।

ଏହି କାରଣରୁ ତାଙ୍କୁ କମର୍ଶିୟାଲ ଫ୍ଲାଇଟ୍ରେ ଦିଲ୍ଲୀ ଯିବାକୁ ପଡିଥିଲା। କେବଳ ସେତିକି ନୁହଁ ତାଙ୍କୁ ଛାଡିବା ପାଇଁ କୌଣସି ଅଫିସର ଏୟାରପୋର୍ଟ ଆସିନଥିଲେ। ଆଚରଣ ବିଧି ଯୋଗୁଁ ସୀତାରମଙ୍କୁଣଙ୍କୁ ଏହି ସବୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା।
