ହାତ ଯୋଡିଲେ ନିର୍ମଳା, କହିଲେ- ସୋନିଆ ଗାନ୍ଧୀ ଶ୍ରମିକଙ୍କ ଉପରେ ରାଜନୀତି କରନ୍ତୁ ନାହିଁ, ଦାୟିତ୍ଵ ବୁଝନ୍ତୁ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୦୫: ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଆମକୁ ଏକାଠି ମିଶି କାମ କରିବାକୁ ପଡିବ। ମୁଁ ସୋନିଆ ଗାନ୍ଧୀଙ୍କୁ ହାତ ଯୋଡି ଅପିଲ୍ କରୁଛି ଯେ, ଏହି ପ୍ରସଙ୍ଗରେ ରାଜନୀତି କରନ୍ତୁ ନାହିଁ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରିଲିଫ ପ୍ୟାକେଜ୍‌ର ଘୋଷଣା କରି ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ ଆଜି ଘେରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କ ସେହି ଫଟୋ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି, ଯେଉଁଥିରେ ସେ ସଡକରେ ବସି ପ୍ରବାସୀ ଶ୍ରମିକଙ୍କ ସହ ବସି କଥା ହେଉଥିଲେ। ନିର୍ମଳା କହିଛନ୍ତି, ରାହୁଲ ଏମିତି କରି ଶ୍ରମଜୀବୀଙ୍କ ସମୟ ଖରାପ କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1261919712931229697","type":"rich","providerNameSlug":"twitter","className":""}
https://twitter.com/ANI/status/1261919712931229697
/wp:core-embed/twitter

ନିର୍ମଳା ସୀତାରମଣଙ୍କୁ ପ୍ରବାସୀ ଶ୍ରମଜୀବୀଙ୍କ ସମ୍ବନ୍ଧିତ ଏକ ପ୍ରଶ୍ନ  କରାଯାଇଥିଲା ଯେ, ପିଡିଏସ ଓ ମନରେଗା ଆଧାରରେ ଯେଉଁ ଘୋଷଣା ହୋଇଛି, ତାର ଫାଇଦା ପ୍ରବାସୀ ଶ୍ରମିକ ନିଜର ଘରେ ପହଞ୍ଚିବା ପରେ ଉଠାଇ ପାରିବେ। ମାତ୍ର ଅଧିକାଂଶ ଲୋକ ତ ଏବେ ରାସ୍ତାରେ ଅଛନ୍ତି। ଏହି ପ୍ରଶ୍ନ ଉପରେ ନିର୍ମଳା ଆକ୍ରମଣାତ୍ମକ ହୋଇ ଉଠିଥିଲେ। ସେ କହିଛନ୍ତି କେନ୍ଦ୍ର ସରକାର ଶ୍ରମିକଙ୍କୁ ବାରମ୍ବାର ଅପିଲ୍ କରିଥିଲେ ଯେ, ସେମାନେ ଯେଉଁଠି ବି ଅଛନ୍ତି ସେଠି ରୁହନ୍ତୁ। ସରକାର ସେମାନଙ୍କ ରହିବା ଓ ଖାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ମାତ୍ର ଯେବେ ବିବଶ  ଲୋକ ଘର ଯିବାକୁ ଚାହୁଁଥିଲେ ତେବେ କେନ୍ଦ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କଲା। ରେଲଓ୍ଵେ ସ୍ପଷ୍ଟ କରିଛି ଯେ, ଟ୍ରେନ୍ ପ୍ରସ୍ତୁତ। ଯେଉଁ ରାଜ୍ୟ ଯେତେ ଟ୍ରେନ୍ ମାଗିବେ ସେତିକି  ଦିଆଯିବ।

ନିର୍ମଳା ଆରୋପ ଲଗାଇଛନ୍ତି ଯେ, କଂଗ୍ରେ ଶାସିତ ଏବଂ ଯେଉଁ ରାଜ୍ୟରେ ସେମାନଙ୍କର ସହଯୋଗୀଙ୍କ ସରକାର ରହିଛି, ସେଠି ଟ୍ରେନ୍ କେତେ ଦରକାର କୁହାଯାଉ ନାହିଁ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଶାସିତ ରାଜ୍ୟକୁ ନିର୍ଦ୍ଦେଶ ଦେବା ଉଚିତ୍ ଯେ, ସେମାନେ ଆହୁରି ଟ୍ରେନ୍ ମଗାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.