Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ନିର୍ମଳାଙ୍କ ଆଉ ଏକ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍: ଆତ୍ମନିର୍ଭର ଭାରତ ୩.୦ରେ ୨.୬୫ ଲକ୍ଷ କୋଟି ଟଙ୍କା, ଜାଣନ୍ତୁ ୧୦ଟି ପ୍ରମୁଖ ପଏଣ୍ଟ

12/11/2020 at 5:22 PM

ନୂଆଦିଲ୍ଲୀ ୧୨/୧୧ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ଆତ୍ମନିର୍ଭର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି | ନିର୍ମଳା ସୀତାରମଣ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’, ‘ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା’, ‘ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା’, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ କୃଷକଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି। ଜାଣନ୍ତୁ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ୧୦ଟି ବଡ କଥା:

. ଅର୍ଥବ୍ୟବସ୍ଥାରେ ସୁଧାରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବା ସମୟରେ କହିଛନ୍ତି ଯେ ଅର୍ଥବ୍ୟବସ୍ଥାରେ ମଜବୁତ ସୁଧାର ହୋଇଛି ଓ କରୋନା ଭାଇରସର ସକ୍ରିୟ ମାମଲାରେ ୧୦ ଲକ୍ଷରୁ ହ୍ରାସ ପାଇ ୪.୮୯ ଲକ୍ଷ ହୋଇଛି। କରୋନା ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୪୭ ପ୍ରତିଶତ ହୋଇଛି।

. ବ୍ୟାଙ୍କ ଋଣରେ . ପ୍ରତିଶତ ସୁଧାର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆରବିଆଇ ନିଜ ରିପୋର୍ଟରେ ତୃତୀୟ ତ୍ରୟମାସିକ ସକାରାତ୍ମକ ଅଭିବୃଦ୍ଧି ହେବ। ଏହି ଅଭିବୃଦ୍ଧି ଚାରୁର୍ଥ ତ୍ରୟମାସିକରେ ହେବ ବୋଲି ଆଶା କରାଯାଇଥିଲା। ବର୍ତ୍ତମାନ ଦେଶର ବ୍ୟାଙ୍କର କ୍ରେଡିଟ ଗ୍ରୋଥ ମଧ୍ୟ ବୃଦ୍ଧି ପାଇଛି ଓ ବ୍ୟାଙ୍କ ଋଣରେ ୫.୧ ପ୍ରତିଶତ ସୁଧାର ହୋଇଛି।

. ଅକ୍ଟୋବରରେ ଜିଏସଟି କଲେକ୍ସନ ୧୦ ପ୍ରତିଶତ ବୃଦ୍ଧି ପାଇଛି ଦେଶର ଅର୍ଥବ୍ୟବସ୍ଥା ସୁଧୁରିବାରେ ଲାଗିଛି। ଦେଶରେ ଏଥର ଜିଏସଟି କଲେକ୍ସନ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ବିଭିନ୍ନ କ୍ଷେତ୍ରରେ ବିନିଯୋଗ ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

. ୨୮ ରାଜ୍ୟରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଲାଗୁ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବର୍ତ୍ତମାନ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହୋଇଛି। ସରକାର ପୂର୍ବରୁ ହିଁ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଲାଗୁ କରିବାକୁ ରାଜ୍ୟମାନଙ୍କୁ କହିଥିଲେ। ଆତ୍ମନିର୍ଭର ଭାରତ ଅନୁସାରେ ସରକାର ନିଶ୍ଚୟ କରିଥିଲେ ଯେ ଦେଶରେ ଧନ ଓ ଅନ୍ନର ଅଭାବ ରହିବନି।

. ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା ରୋଜଗାର ସୃଜନ ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା କରିଛନ୍ତି। ରୋଜଗାର ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଖାସ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି। ଏହା ପୂର୍ବରୁ ଏହି ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।

. ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା ୨୦୨୧ ମାର୍ଚ୍ଚ ୩୧ଯାଏଁ ବଢ଼ିଲାଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା ୨୦୨୧ ମାର୍ଚ୍ଚ ୩୧ଯାଏଁ ବଢ଼ାଇ ଦିଆଯାଇଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି। ଏହି ଯୋଜନା ଅନୁଯାୟୀ ସରକାର ୭୯ ହଜାର କୋଟି ଟଙ୍କାର ଋଣ ଦେଇଛନ୍ତି। ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ ୬୫ ହଜାର କୋଟି ଟଙ୍କାର ସବସିଡି ଘୋଷଣା କରିଛନ୍ତି।

. ଭବିଷ୍ୟ ନିଧି କୋଷ ଯୋଜନାରେ ସରକାରଙ୍କ ଭାଗିଦାରୀ ନୂଆ ରହଜାର ଯୋଗାଉଥିବା ପ୍ରତିଷ୍ଠାନଗୁଡିକୁ କେନ୍ଦ୍ର ସରକାର ସବସିଡି ଦେବେ ବୋଲି ନିର୍ମଳା ସୀତାରମଣ କହିଛନ୍ତି। ଏହି ଯୋଜନା ଅନୁସାରେ ନୂଆ ଭର୍ତ୍ତି ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଭବିଷ୍ୟ ନିଧି କୋଷରେ ଯୋଗଦାନ ଦିଆଯିବ।

ପ୍ରଧାନମନ୍ତ୍ରୀ ଆବାସ ଯାଜନା ପାଇଁ ଅତିରିକ୍ତ ରାଶିପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ପାଇଁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ରାଶି ଆବଣ୍ଟନ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

. କିଷାନ କ୍ରେଡିଟ କାର୍ଡ ଅର୍ଥମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ଏକ କୋଟି ୮୩ ଲକ୍ଷ ୧୪ ହଜାରରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି। ବ୍ୟାଙ୍କଗୁଡିକ ଏକ କୋଟି ୫୭ ଲକ୍ଷ ୪୪ ହଜାରରୁ ଅଧିକ କିଷାନ କ୍ରେଡିଟ କାର୍ଡ ଠିକ ଥିବା ଜଣାପଡିଛି। ଏକ ଲକ୍ଷ ୪୩ ହଜାର ୨୬୨ କୋଟି ଟଙ୍କା ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ ଦିଆଯାଇଛି।

୧୦. କରୋନା ଭ୍ୟାକସିନ ପାଇଁ ୯୦୦ କୋଟି ଟଙ୍କା ଦେଶରେ ଲଗାତାର କରୋନା ଭ୍ୟାକସିନ ଆସିବା ନେଇ ଚର୍ଚ୍ଚା ହେଉଛି। କରୋନା ଭ୍ୟାକସିନକୁ ନେଇ ରିସର୍ଚ୍ଚ ପାଇଁ ୯୦୦ କୋଟି ଟଙ୍କା ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

   Related Posts