ହସ୍ପିଟାଲରେ ଅଭିନନ୍ଦନଙ୍କୁ ଭେଟିଲେ ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ : ପଚାରି ବୁଝିଲେ ସମସ୍ତ ଘଟଣା

Published By : Prameya-News7 Bureau | March 02, 2019 IST

ଦିଲ୍ଲୀ ୨/୩ : ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ହସ୍ପିଟାଲରେ ସାକ୍ଷାତ କରିଛନ୍ତି | ସମଗ୍ର ଦେଶ ତାଙ୍କ ଉପରେ ଗର୍ବିତ ବୋଲି କହିଛନ୍ତି ସୀତାରମଣ | ଅଭିନନ୍ଦନ ପାକିସ୍ତାନ କବଜାରେ ୬୦ ଘଣ୍ଟା ରହିଥିବା ସୁରକ୍ଷାମନ୍ତ୍ରୀଙ୍କୁ କହିଛନ୍ତି |

ଅଭିନନ୍ଦନ ଶୁକ୍ରବାର ରାତିରେ ଅଟ୍ଟାରି ବର୍ଡ଼ର ଦେଇ ଭାରତକୁ ଆସିଥିଲେ | ରାତି ପ୍ରାୟ ସାଢେ ୧୧ଟାରେ ସେ ବାୟୁସେନା ବିମାନରେ ଦିଲ୍ଲୀରେ ପହଁଚିଲେ | ଅଭିନନ୍ଦନଙ୍କ ଡାହାଣ ଆଖି ଆଘାତ ହୋଇ ଫୁଲିଯାଇଛି | ବାୟୁସେନାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି | ବାୟୁସେନାର ଜଣେ ବରିଷ୍ଠ ଡାକ୍ତର ତାଙ୍କର ଶାରୀରିକ ଯାଞ୍ଚ କରିଛନ୍ତି |

{"id":90126,"width":573,"height":318}

ସୂଚନାଯୋଗ୍ୟ ଯେ, ୨୭ ତାରିଖରେ ଅଭିନନ୍ଦନଙ୍କୁ ପାକିସ୍ତାନୀ ଅଧିକାରୀ କବଜା କରିନେଇଥିଲେ | ପାକିସ୍ତାନ ବାୟୁସେନା ସହ ଯୁଦ୍ଧ ବେଳେ ଅଭିନନ୍ଦନଙ୍କ ମିଗ-୨୧ ବିମାନ ପାକିସ୍ତାନ ସୀମାରେ ପଡିଥିଲା | ଯାହାଫଳରେ ପାକିସ୍ତାନୀ ସେନା ତାଙ୍କୁ କାବୁ କରିନେଇଥିଲେ |

{"id":90127}

ବର୍ତ୍ତମାନ ଅଭିନନ୍ଦନ ବାୟୁସେନା ଅଧିକାରୀଙ୍କ ମେସରେ ରହିବେ | ପ୍ରଥମେ ଅଭିନନ୍ଦନଙ୍କ ରେଡକ୍ରସ ମେଡିକାଲରେ ଯାଞ୍ଚ ହେବ | ତାଙ୍କୁ କେମିତି ଆଘାତ ଲାଗିଲା, କେତେ ଆହତ ହୋଇଛନ୍ତି, କେତେ ନିର୍ଯ୍ୟାତନା ଦିଆଯାଇଛି ସେ ସବୁ ଯାଞ୍ଚ କରାଯିବ | ତାଙ୍କୁ ସେଠାରେ ଡ୍ରଗ୍ସ ଦିଆଯାଇଥିଲା କି ବୋଲି ମଧ୍ୟ ଯାଞ୍ଚ କରାଯିବ |

{"id":90128}

ପ୍ରୋଟୋକଲ ହିସାବରେ ଅଭିନନ୍ଦନଙ୍କ ଶରୀର ସ୍କାନିଂ କରାଯିବ | ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଛି କି ବୋଲି ମଧ୍ୟ ଯାଞ୍ଚ ହେବ | ଯଦି ମାନସିକ ନିର୍ଯ୍ୟାତନା ଦିଆଯାଇଥାଏ ତାହେଲେ ଆନ୍ତର୍ଜାତିକ ମଂଚରେ ଏହି ପ୍ରସଙ୍ଗ ଉପସ୍ଥାପିତ ହେବ | କାରଣ ଜେନିଭା ଚୁକ୍ତି ଅନୁସାରେ ଯୁଦ୍ଧ ବନ୍ଦୀଙ୍କ ସହ ଅମାନବୀୟ ବ୍ୟବହାର କରାଯାଇପାରିବ ନାହିଁ | ଯୁଦ୍ଧ ବନ୍ଦୀ ସହ ଜଡିତ ସମସ୍ତ ପ୍ରୋଟୋକଲ ଲାଗୁ ହେବ | ଏହାପରେ ରିପୋର୍ଟ ଭାରତ ସରକାରଙ୍କୁ ଦିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.