Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନିର୍ମଳା ସୀତାରମଣ, ରାମ ବିଳାସ ପାଶୱାନ, ନରେନ୍ଦ୍ର ସିଂ ତୋମାର, ରବି ଶଙ୍କର ପ୍ରସାଦ ନେଲେ ଶପଥ

30/05/2019 at 7:12 PM

ନୂଆଦିଲ୍ଲୀ ୩୦/୫ : ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବା ପରେ ପରେ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଅମିତ ଶାହ, ନିତିନ ଗଡ଼କରୀ ଶପଥ ନେଇଛନ୍ତି । ରାଜନାଥ ସିଂ ଗତ ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିବାବେଳେ ନିତିନ ଗଡ଼କରୀ ଭୁପୃଷ୍ଠ ପରିବହନ ମନ୍ତ୍ରୀ ଥିଲେ । ଗଡ଼କରୀଙ୍କ ପରେ ପରେ ଡି. ଭି ସଦାନନ୍ଦ ଗୌଡ଼ ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ।


ନିର୍ମଳା ସୀତାରମଣ, ରାମ ବିଳାସ ପାଶୱାନ, ନରେନ୍ଦ୍ର ସିଂ ତୋମାର, ରବି ଶଙ୍କର ପ୍ରସାଦ, ହର୍ଷସିମରତ ସିଂ କୌର ବାଦଲ ଓ ଥୱରଚନ୍ଦ ଗେହ୍ଲଟ ମଧ୍ୟ ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ।


ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀମଣ୍ଡଳରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିବାବେଳେ ରାମ ବିଳାସ ପାଶୱାନ ଥିଲେ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ । ସେହିଭଳି ରବି ଶଙ୍କର ପ୍ରସାଦ ଗତଥର ଆଇନ ଓ ଆଇଟି ମନ୍ତ୍ରୀ ଥିଲେ । ଥୱରଚନ୍ଦ ଗେହ୍ଲଟ ସାମାଜିକ ଓ ସଶକ୍ତିକାରଣ ମନ୍ତ୍ରୀ ଥିଲେ ।

   Related Posts