କେବେ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ? ଏହା ଏକ ‘ଧର୍ମ ସଂକଟ’: ନିର୍ମଳା ସୀତାରମଣ

Published By : Prameya-News7 Bureau | February 25, 2021 IST

ଅହମ୍ମଦାବାଦ ୨୫।୨: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବଢି ଚାଲିଛି। ଇନ୍ଧନ ଦର ବୃଦ୍ଧି ଏବେ ଦେଶବାସୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଏଥିରେ ଗୁରୁବାର ଅହମ୍ମଦାବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେବେ ହେବ ତୈଳ ଦର ହ୍ରାସ ନେଇ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି। ତେବେ ଏପରି କୌଣସି ପ୍ରଶ୍ନ ତାଙ୍କ ଲାଗି ଧର୍ମ ସଂକଟ ବୋଲି ସେ କହିଛନ୍ତି।

ଭାରତୀୟ ଜନତା ପାର୍ଟି ( ବିଜେପି) ପକ୍ଷରୁ ଅନୁଷ୍ଠିତ ବୁଦ୍ଧିଜୀବିଙ୍କ ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀଙ୍କୁ ଏହି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଅର୍ଥମନ୍ତ୍ରୀ ୨୦୨୧-୨୨ ବଜେଟ୍ ନେଇ ମଧ୍ୟ ନିଜର ପକ୍ଷ ରଖିଥିଲେ। ଏହି ବଜେଟ୍‌କୁ ସେ ନୂଆ ଦଶକର ବଜେଟ୍ ବୋଲି କହିଥିଲେ। ଏହି ବଜେଟ ଘରୋଇ କ୍ଷେତ୍ର ଉପରେ ଆମର ନିର୍ଭରତାକୁ ଦର୍ଶାଉଥିବା କହିଛନ୍ତି। ଏଣୁ ଦେଶର ବିକାଶରେ ଆପଣଙ୍କ ଭାଗିଦାରୀ ଲାଗି ଆପଣଙ୍କୁ ସ୍ୱାଗତ ବୋଲି କହିଥିଲେ ସୀତାରମଣ।

ସରକାର କଣ କରିପାରିବେ ଓ କେଉଁ ସୀମା ପର୍ଯ୍ୟନ୍ତ କରିପାରିବେ ଆମେ ବଜେଟ୍‌ରେ ତାର ସ୍ପଷ୍ଟ ଚିତ୍ର ଦେଇଛୁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଣୁ ବଜେଟ୍ ଭାରତୀୟ ଅର୍ଥବ୍ୟବସ୍ଥାକୁ ଏକ ଦିଶାତ୍ମକ ପରିବର୍ତ୍ତନ ଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.