ଫୋର୍ବ୍ସ : ଦୁନିଆର ୧୦୦ ପାୱାରଫୁଲ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
9/12/2020 at 12:48 PM

ନୂଆଦିଲ୍ଲୀ ୦୯/୧୨ : ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁ ଫୋର୍ବ୍ସରେ ସାମିଲ ହୋଇଛି। ଦୁନିଆର ୧୦୦ ପାୱାରଫୁଲ ମହିଳାଙ୍କ ସୂଚୀରେ ନିର୍ମାଣ ସୀତାରମଣଙ୍କ ନାଁ ସାମିଲ ହୋଇଛି। ଏହି ସୂଚୀରେ ନିର୍ମଳା ସୀତାରମଣଙ୍କ ଛଡା ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହ୍ୟାରିସ୍, ବୋୟୋକନ୍ ସଂସ୍ଥାପକ କିରଣ ମଜୁମଦାର୍ ଏବଂ ଏଚସିଏଲ୍ ଇଣ୍ଟରପ୍ରାଇଜ୍ ସିଇଓ ରୋଷଣୀ ନଡ଼ାର୍ ମଲହୋତ୍ରାଙ୍କ ନାଁ ମଧ୍ୟ ସାମିଲ ଅଛି। ଜର୍ମାନୀ ଚାନ୍ସଲର ଏଞ୍ଜେଲା ମର୍କେଲ୍ ଲଗାତାର ୧୦ ବର୍ଷ ହେଲା ଏହି ତାଲିକାର ଟପରେ ଅଛନ୍ତି।

୧୭ତମ ବାର୍ଷିକ ‘Forbes Power List’ ରେ ୩୦ ଦେଶର ମହିଳା ସାମିଲ ଅଛନ୍ତି। ଫୋର୍ବ୍ସ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ ତାଲିକାରେ ୧୦ ଦେଶର ପ୍ରମୁଖ, ୩୮ ସିଇଓ ଏବଂ ୫ଜଣ ମନୋରଞ୍ଜନ କ୍ଷେତ୍ର ସହ ଜଡିତ ମହିଳାଙ୍କ ନାଁ ସାମିଲ ଅଛି। ଏହି ମହିଳାମାନଙ୍କ ପେସା ଅଲଗା ଅଲଗା ହୋଇଥିଲେ ମଧ୍ୟ ବର୍ଷ ୨୦୨୦ର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଏମାନେ ଏକାଭଳି ନିଜ ମଞ୍ଚକୁ ବ୍ୟବହାର କରିଛନ୍ତି।

ଫୋର୍ବ୍ସ କହିଛି ମର୍କେଲ ୟୁରୋପର ପ୍ରମୁଖ ନେତା ଏବଂ ଜର୍ମାନୀର ଅର୍ଥବ୍ୟବସ୍ଥାର ନେତୃତ୍ୱ ନେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧ କରି ଜର୍ମାନୀରେ ୧୦ ଲକ୍ଷରୁ ଅଧିକ ଶରଣାର୍ଥୀଙ୍କୁ ରହିବାକୁ ଅନୁମତି ଦେଇଥିବା ମର୍କେଲଙ୍କ ନେତୃତ୍ୱ ବହୁତ ସୁଦୃଢ ଏବଂ ମଜବୁତ। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ମର୍କେଲଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ତାଙ୍କ ଜାଗା କିଏ ନେବ ? ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହ୍ୟାରିସ ଅଶ୍ୱେତ ଏବଂ ଏହି ତାଲିକାରେ ସେ ତୃତୀୟ ସ୍ଥାନରେ ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜୋସିଣ୍ଡା ଆର୍ଡର୍ନ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଲକଡାଉନ ଓ ପୃଥକବାସ ନିୟମ ଲାଗୁ କରି ନିଜ ଦେଶକୁ କରୋନା ଭାଇରସର ଦ୍ୱିତୀୟ ଲହରରୁ ରକ୍ଷା କରିଛନ୍ତି।